Wednesday, October 7, 2026
27.2 C
Odisha

    ଚନ୍ଦ୍ର କରିବେ ରାଶି ପରିବର୍ତ୍ତନ, ଗଠନ ହେବ ୬ଟି ଶକ୍ତିଶାଳୀ ଯୋଗ, ଚମକିବ ଏହି ୫ଟି ରାଶିର ଭାଗ୍ୟ, ମିଳିବ ଅଜସ୍ର ଧନ

    ଆଗକୁ ପଢନ୍ତୁ

    ଗଣନା ଅନୁସାରେ ଆସନ୍ତା ୧୮ ମଇ ୨୦୨୬ ଅର୍ଥାତ ଆଜି  ଚନ୍ଦ୍ର ଗ୍ରହ ପରିବର୍ତ୍ତନ କରିବେ । ଆଜି ରାତି ୧୦ଟା ୪ ମିନିଟ୍ ସମୟରେ ଚନ୍ଦ୍ର ମିଥୁନ ରାଶିରେ ପ୍ରବେଶ କରିବେ। ଚନ୍ଦ୍ରଙ୍କ ଏହି ଗୋଚର ସହିତ ସେହିଦିନ ସୁକର୍ମା ଯୋଗ, ଧୃତି ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ, ଆଡଲ ଯୋଗ ଏବଂ ବିଡାଲ ଯୋଗ ଭଳି ୬ଟି ଶକ୍ତିଶାଳୀ ଯୋଗର ମଧ୍ୟ ନିର୍ମାଣ ହେଉଛି।

    ଏହି ମହାସଂଯୋଗ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ସାମାନ୍ୟ କ୍ଷତି ସହିବାକୁ ପଡ଼ିପାରେ, କିନ୍ତୁ ଏଭଳି ୫ଟି ଭାଗ୍ୟଶାଳୀ ରାଶି ରହିଛନ୍ତି ଯାହାଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ ଓ ଲାଭଦାୟକ ପ୍ରମାଣିତ ହେବ। ତେବେ ଆସନ୍ତୁ ଜାଣିବା ସେହି ୫ଟି ରାଶିଙ୍କ ବିଷୟରେ..

    ବୃଷ ରାଶି: ବୃଷ ରାଶିର ଜାତକଧାରୀଙ୍କୁ ଦୈନନ୍ଦିନ ଜୀବନର ବ୍ୟସ୍ତତା ଭିତରୁ କିଛି ଭିନ୍ନ ଏବଂ ନୂଆ କରିବାର ସୁଯୋଗ ମିଳିବ, ଯାହାଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତି ହେବ। ଏହା ସହିତ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଅନୁଭବ କରିବେ। ଚାକିରିଆ ଏବଂ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ପ୍ରଚୁର ଧନ ରୋଜଗାର କରିବାର ନୂଆ ସୁଯୋଗ ସୃଷ୍ଟି ହେବ।

     

    କନ୍ୟା ରାଶି: ପୁରୁଣା ଅଫିସ୍ ସହକର୍ମୀ ବା ବନ୍ଧୁମାନଙ୍କ ସହ ସାକ୍ଷାତ ହେବାର ଯୋଗ ରହିଛି, ଯାହା ପୁରୁଣା ସ୍ମୃତିକୁ ତାଜା କରିବ। ଏହି ବନ୍ଧୁମିଳନରୁ ଆପଣଙ୍କୁ ଜୀବନରେ କିଛି ବଡ଼ କରିବା ପାଇଁ ନୂଆ ଯୋଜନା ମିଳିପାରେ। ଆର୍ଥିକ ସ୍ଥିତିରେ କ୍ରମାଗତ ସୁଧାର ଆସିବ। ତେବେ ପାରିବାରିକ ସମ୍ପର୍କକୁ ମଜବୁତ କରିବା ପାଇଁ ଆପଣଙ୍କୁ ସାମାନ୍ୟ ଅଧିକ ପ୍ରୟାସ କରିବାକୁ ପଡ଼ିବ।

     

    ଧନୁ ରାଶି: ନିଜର କଠିନ ପରିଶ୍ରମର ସଠିକ୍ ଫଳ ମିଳିବା କାରଣରୁ କାର୍ଯ୍ୟରତ ଲୋକେ ମାନସିକ ସନ୍ତୋଷ ଲାଭ କରିବେ। ଘରର ସମସ୍ତ ଆବଶ୍ୟକତାକୁ ଆପଣ ସୁଚାରୁରୂପେ ପୂରଣ କରିବାରେ ସଫଳ ହେବେ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ କୌଣସି ବଡ଼ ସମସ୍ୟା ଦେଖାଯିବ ନାହିଁ, ତଥାପି ନିଜର ଖାଦ୍ୟପେୟ ପ୍ରତି ବିଶେଷ ସତର୍କତା ଅବଲମ୍ବନ କରନ୍ତୁ।

    ମକର ରାଶି: ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ସଠିକ୍ ସମୟରେ ଅର୍ଥର ବ୍ୟବସ୍ଥା ହୋଇଯିବା କାରଣରୁ ଆପଣଙ୍କୁ କାହାଠାରୁ କର୍ଜ ବା ଋଣ ନେବାକୁ ପଡ଼ିବ ନାହିଁ। ଏହି ସମୟ ମଧ୍ୟରେ ଘରେ ବଡ଼ ଭଉଣୀଙ୍କ ବିବାହ ସମ୍ପର୍କିତ ଆଲୋଚନା ଆଗକୁ ବଢ଼ିପାରେ। ପରିବାରର ବାତାବରଣ ପୂର୍ବ ଅପେକ୍ଷା ଅଧିକ ଆନନ୍ଦଦାୟକ ଓ ସୁଖଦ ରହିବ।

    ମୀନ ରାଶି: ଯଦି ଆପଣ କୌଣସି ବ୍ୟକ୍ତି ବା ସଂସ୍ଥାଠାରୁ ଅଧିକ ପରିମାଣର ଉଧାର କିମ୍ବା ଋଣ ନେଇଛନ୍ତି, ତେବେ ସମୟ ପୂର୍ବରୁ ତାହା ପରିଶୋଧ କରିବାରେ ସମର୍ଥ ହେବେ। ଘରର ମାହୋଲ ଅନୁକୂଳ ରହିବ। ଯଦି ଆପଣଙ୍କର କୌଣସି ସର୍ଜରୀ (Surgery) ବା ଅପରେସନ ହେବାର ଥାଏ, ତେବେ ତାହା ସଫଳତାପୂର୍ବକ ସମ୍ପନ୍ନ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ