Monday, April 6, 2026
31.8 C
Odisha

    ଆସାମରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନଙ୍କ ନିର୍ବାଚନ ପ୍ରଚାର

    ଆଗକୁ ପଢନ୍ତୁ

    ଆସାମ  : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଆସାମରେ ନିର୍ବାଚନ ପ୍ରଚାର କରିଛନ୍ତି। ଶ୍ରୀ ମାଝୀ ଆସାମର ସୋନାରି ଓ ମାରିଆନି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ନେତୃତ୍ବରେ ଆସାମର ପ୍ରତ୍ୟେକ ବର୍ଗର ଲୋକଙ୍କ ହିତ ସାଧିତ ହେଉଛି। ଗରିବ କଲ୍ୟାଣ ଓ ବିକାଶ କ୍ଷେତ୍ରରେ ଆସାମରେ ବିଜେପି ସରକାର ବହୁତ କିଛି କରିଛନ୍ତି। ଆମକୁ ଜିତାଇବା ପାଇଁ ଶ୍ରୀ ବିଶ୍ବ ଶର୍ମା ୨୦୨୪ ନିର୍ବାଚନରେ ଓଡ଼ିଶାରେ ପ୍ରଚାର କରିଥିଲେ। ଏଥର ତାଙ୍କୁ ଜିତାଇବା ପାଇଁ ମୁଁ ଏଠାକୁ ପ୍ରଚାର ପାଇଁ ଆସିଛି। ବିଜେପି ପ୍ରତି ସମଗ୍ର ଆସାମ ଲୋକଙ୍କ ଆସ୍ଥା ଆହୁରି ଦୃଢ଼ୀଭୁତ ହେଉଛି। ଏଥର ଆସାମରେ ପୁଣି ଥରେ ଡବଲ ଇଞ୍ଜିନ୍ ସରକାର ଆସିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ