Sunday, May 10, 2026
25 C
Odisha

    ବଙ୍ଗୋପସାଗରରେ ୪୮ ଘଣ୍ଟାରେ ଲଘୁଚାପ ସମ୍ଭାବନା, ହେବ କି ବାତ୍ୟା ?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବଙ୍ଗୋପସାଗରରେ ୪୮ ଘଣ୍ଟାରେ ଲଘୁଚାପ ସମ୍ଭାବନା । ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ସୁଦ୍ଧା ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଏହା ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅଧିକାଂଶ ପାଣିପାଗ ମଡେଲ ବଙ୍ଗୋପସାଗରରେ ସିଷ୍ଟମ ଅଧିକ ଘନୀଭୂତ ହେବ ନାହିଁ ବୋଲି ଆକଳନ କରୁଛନ୍ତି । ଏପଟେ ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ଆଶଙ୍କା ରହିଛି ।

    ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ମଙ୍ଗଳବାର ସୁଦ୍ଧା ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

    ଏନେଇ ବିଭିନ୍ନ ପାଣିପାଗ ସଂସ୍ଥା ମଡେଲ ଭିନ୍ନ ଭିନ୍ନ ସଙ୍କେତ ଦେଉଛନ୍ତି । ଅଧିକାଂଶ ମଡେଲ ବଙ୍ଗୋପସାଗରରେ ସିଷ୍ଟମ ଅଧିକ ଘନୀଭୂତ ହେବ ନାହିଁ ବୋଲି ଆକଳନ କରୁଛନ୍ତି । ଯଦିଓ ବାତ୍ୟା ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁ, ତଥାପି ଏହି ସିଷ୍ଟମ୍ ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା, ବଜ୍ରପାତ ଓ ପବନ ବହିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    83 %
    5kmh
    5 %
    Sun
    25 °
    Mon
    38 °
    Tue
    39 °
    Wed
    41 °
    Thu
    43 °

    ସମ୍ବନ୍ଧିତ