ଭୁବନେଶ୍ୱର: ପୂର୍ବ ଘୋଷଣା ମୁତାବକ ଆଜି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି |
ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଛି | ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଯେ ଆଜି ୨ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କୁ ଟଙ୍କା ମିଳିଛି |୮ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରାର ୨ୟ କିସ୍ତି | ଗୋଟିଏ ଦିନରେ ୫ ହଜାର କୋଟି ରାଜ୍ୟ ସରକାର ହିତାଧିକାରୀଙ୍କୁ ପ୍ରଦାନ କରିବେ | ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରାଯିବ | ଏହା ସହ ସୁଭଦ୍ରା ଯୋଜନାକୁ ସଫଳତାର ସହ ସମ୍ପନ୍ନ କରିଥିବାରୁ ଉପମୁଖ୍ୟମନ୍ତ୍ରୀ ଆଜି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି |ଏହି ଘୋଷଣା ମୁତାବକ ଅଙ୍ଗନବାଡି କର୍ମୀଙ୍କୁ ୧୫୦୦ ଟଙ୍କା ଓ ସହାୟିକାଙ୍କୁ ୫୦୦ ଟଙ୍କାର ସହାୟତା ମିଳିବ | ସେହିପରି ପ୍ରଭାତୀ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଯେ ଆସନ୍ତା ୭ ତାରିଖରେ ଦେବୀ ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ଦୀପ ଜାଳନ୍ତୁ |