Saturday, August 9, 2025
27.7 C
Odisha

    ଆସିଲା ‘ସୁଭଦ୍ରା’ ତୃତୀୟ କିସ୍ତି, ୨୪୬ ଜଣ ମହିଳା ଏକାଥରେ ପାଇବେ ୧୫ ହଜାର ଟଙ୍କା

    ଆଗକୁ ପଢନ୍ତୁ

    ହିତାଧିକାରୀଙ୍କ ଖାତାକୁ ଗଲା ତୃତୀୟ କିସ୍ତିର ‘ସୁଭଦ୍ରା’ ଟଙ୍କା । ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର୧ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ୫ ହଜାର କୋଟି ଟଙ୍କା ଯିବ । କୋଟିଆ ପଞ୍ଚାୟତର ସୁଭଦ୍ରାରୁ ବଞ୍ଚିତ ମୋଟ ୨୪୬ଜଣ ମହିଳା ଏକାଥରକେ ତିନୋଟି କିସ୍ତିର ୧୫ହଜାର ଟଙ୍କା ପାଇବେ ।

    ଯେଉଁ ହିତାଧିକାରୀମାନେ ପ୍ରଥମ ଦୁଇଟି କିସ୍ତିରେ ଟଙ୍କା ପାଇନାହାନ୍ତି, ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ୨ଲକ୍ଷ ହିତାଧିକାରୀ ବାଦ୍ ପଡ଼ିଛନ୍ତି । ସେମାନଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ସର୍ଭେ ହେବ । ପ୍ରଥମ କିସ୍ତି ଟଙ୍କା ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ପ୍ରଦାନ କରାଯାଇଥିଲା । ଏହା ପରେ ଚଳିତ ବର୍ଷ ମହିଳା ଦିବସରେ ଦ୍ବିତୀୟ କିସ୍ତି ଦିଆଯାଇଥିଲା । ପ୍ରତିବର୍ଷ ରାଖୀ ପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରା ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହି ଆଧାରରେ ଆଜି ରାଖୀ ପୂର୍ଣ୍ଣିମାରେ ହିତାଧିକାରୀଙ୍କ ଖାତାକୁ ଆସିଛି ଟଙ୍କା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.7 ° C
    27.7 °
    27.7 °
    78 %
    1.1kmh
    64 %
    Sat
    27 °
    Sun
    33 °
    Mon
    32 °
    Tue
    32 °
    Wed
    31 °

    ସମ୍ବନ୍ଧିତ