Thursday, April 2, 2026
37.1 C
Odisha

    ଆୟୁଷ୍ମାନ ଭାରତ ଯୋଜନା ପାଇଁ ନୂଆ ଆଇଟି ପ୍ଲାଟଫର୍ମ: ବୈଷୟିକ ତ୍ରୁଟି ଦୂର ପାଇଁ ଜାରି ହେଲା ମାର୍ଗଦର୍ଶିକା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଓଡ଼ିଶାରେ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହାସହିତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନାର ମଧ୍ୟ ଶୁଭାରମ୍ଭ ହେବ । କଟକର ବାଲିଯାତ୍ରା ପଡିଆରେ ଏନେଇ ଆୟୋଜନ କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଯୋଗ ଦେଇ ଏହି ଯୋଜନାକୁ ଲୋକାର୍ପଣ କରିବେ । ରାଜ୍ୟର ସାଢେ ୩ କୋଟି ଲୋକ ଏହି ମାଗଣା ସ୍ବାସ୍ଥ୍ୟସେବା ପାଇବେ । ଏଥିପାଇଁ ଏକ ନୂଆ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ ହୋଇଛି । ଏହା ଆୟୁଷ୍ମାନ ଭାରତ ପିଏମ୍‌ଜେଏୱାଇ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋ ବନ୍ଦନା ଯୋଜନା ପାଇଁ ସବୁ ଅନୁବନ୍ଧିତ ହସ୍ପିଟାଲ ପାଇଁ କାର୍ଯ୍ୟ କରିବ । ତେବେ ନୂଆ ଆଇଟି ପ୍ଲାଟଫର୍ମରେ କିଛିଟା ସମସ୍ୟା ଉପୁଜିପାରେ ।ତେବେ ସମସ୍ୟାକୁ ନେଇ କୌଣସି ହିତାଧିକାରୀ ଯେପରି ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତି ତାହାକୁ ଗୁରୁତ୍ବ ଦିଆଯାଇଛି । ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି ହୋଇଛି । ଏହାକୁ ଆଧାର କରି ଅନୁବନ୍ଧିତ ହସ୍ପିଟାଲମାନେ ଚିକିତ୍ସା ସୁବିଧା ପ୍ରଦାନ କରିବେ। ପରବର୍ତ୍ତୀ ସମୟରେ ରାଜ୍ୟ ସ୍ବାସ୍ଥ୍ୟ ଭରସା ସମିତି(ଏସ୍‌ଏଚ୍‌ଏଏସ୍‌)ଙ୍କୁ ସେମାନଙ୍କ ଅନ୍‌ଲାଇନ୍‌ ଦାବି ସଂପର୍କିତ କାଗଜପତ୍ର ପ୍ରଦାନ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏଥିରେ କୁହାଯାଇଛି ଯେ ବୈଷୟିକ ସମସ୍ୟା ଉପୁଜିଲେ ଡାକ୍ତରଖାନାଗୁଡ଼ିକ https:giayportal.odisha.gov.in ଲିଙ୍କ୍‌ ଖୋଲି ଯୋଗ୍ୟତା ଯାଞ୍ଚ କରିବେ ।

    ଏଥିରେ ପିଏମ୍‌ଜେଏୱାଇ ହିତାଧିକାରୀ ବିକଳ୍ପ ବାଛିବା ପରେ ନୂତନ ସ୍ବାସ୍ଥ୍ୟକାର୍ଡ, ଆଧାର ନମ୍ବର, ରାସନ କାର୍ଡ ନମ୍ବର ଓ ପୁରୁଣା ସ୍ବାସ୍ଥ୍ୟକାର୍ଡ ନମ୍ବର ମଧ୍ୟରୁ ଗୋଟିଏ ବିକଳ୍ପକୁ ଚୟନ କରିବାକୁ ହେବ। ପୁରୁଣା ପୋର୍ଟାଲ୍‌ରେ ହିତାଧିକାରୀ ଯୋଗ୍ୟ ପ୍ରମାଣିତ ହେବା ପରେ ହସ୍ପିଟାଲ ଚିକିତ୍ସା ଆରମ୍ଭ କରିପାରିବେ। ନୂତନ ପୋର୍ଟାଲରେ ବୈଷୟିକ ସମସ୍ୟାର ସମାଧାନ ହେବା ପରେ ହସ୍ପିଟାଲ ନୂଆ ବ୍ୟବସ୍ଥାରେ ପଞ୍ଜୀକରଣ କରିପାରିବେ। ବୈଷୟିକ ସମସ୍ୟା କାରଣରୁ ବର୍ତ୍ତମାନର ହିତାଧିକାରୀ ଯେପରି ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ତାହା ଉପରେ ଗୁରୁତ୍ବ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି।

    ଆୟୁଷ୍ମାନ ଭାରତ ଯୋଜନାରେ କଣ ରହିଛି ସୁବିଧା:

    ପ୍ରତି ପରିବାରକୁ ମିଳିବ ଗୋଟିଏ କାର୍ଡ
    ସାଢେ ୩ କୋଟି ଲୋକେ ପାଇବେ ସୁବିଧା
    ସମ୍ପୂର୍ଣ୍ଣ କ୍ୟାସଲେସ ଚିକିତ୍ସା ସୁବିଧା ରହିବ
    କାର୍ଡରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା
    ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ସୁବିଧା
    ତାଲିକାଭୁକ୍ତ ହସ୍ପିଟାଲରେ ମାଗଣା ଚିକିତ୍ସା

    କେଉଁ ମାନେ ଯୋଗ୍ୟ:

    ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବାହାର ରାଜ୍ୟରେ ରହୁଥିବା ଲୋକେ ବି ପାଇବେ ସୁବିଧା
    E- kyc ଡାଟା ବେଶ ଆଧାରରେ କାର୍ଡ ମିଳିବ
    BSKY ହିତାଧିକାରୀଙ୍କୁ ବି ମିଳିବ ସୁବିଧା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ