Friday, July 31, 2026
24.9 C
Odisha

    ଇଂଲଣ୍ଡ ବିପକ୍ଷ ସିରିଜ ହାରିବା ପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟିମରୁ ବାଦ୍ ପଡିଲେ ଏହି ଦୁଇ ବୋଲର

    ଆଗକୁ ପଢନ୍ତୁ

    ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ହାରିବା ପରେ ଟିମ୍ ଇଣ୍ଡିଆକୁ ଆଉ ଏକ ବଡ଼ ଝଟକା । ସିରିଜ ହାତଛଡା ହେବା ପରେ ଟିମର ଦୁଇ ବୋଲର ଆଗାମୀ ଦୁଇଟି ଟି୨୦ ମ୍ୟାଚରୁ ବାଦ୍ ପଡିଛନ୍ତି । ଟିମର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ଦ୍ରୁତ ବୋଲର ହର୍ଷିତ ରାଣା ଆହତଜନିତ କାରଣ ଯୋଗୁଁ ଅନ୍ୟ ଟି୨୦ ମ୍ୟାଚରୁ ବାଦ୍ ପଡିଛନ୍ତି । ବିସିସିଆଇ ଅଫିସିଆଲ ଭାବେ ସୂଚନା ଦେଇଛି ।

    ହର୍ଷିତ ରାଣା ଏବଂ ବରୁଣ ଚକ୍ରବର୍ତ୍ତୀ ଟ୍ରେଣ୍ଟ ବ୍ରିଜରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ ସମୟରେ ଆହତ ହୋଇଥିଲେ । ମେଡିକାଲ ଟିମ୍ ଯାଞ୍ଚ କରିବା ପରେ ବାକିଥିବା ଦୁଇଟି ଟି୨୦ ମ୍ୟାଚରୁ ବିଶ୍ରାମ ପାଇଁ କହିଛନ୍ତି । ହର୍ଷିତ ରାଣା ଏବଂ ବରୁଣ ଚକ୍ରବର୍ତ୍ତୀ ଇଂଲଣ୍ଡ ବିପକ୍ଷ ୩ୟ ମ୍ୟାଚରେ ହେମଷ୍ଟ୍ରିଂ ଆହତ ହୋଇଥିଲେ । ବିସିସିଆଇ ମେଡିକାଲ ଟିମ୍ ତାଙ୍କୁ ବାକି ମ୍ୟାଚରୁ ବିଶ୍ରାମ ନେବା ପାଇଁ କହିଛି ।

    ତେବେ ଟିମରୁ ଦୁଇ ପ୍ରମୁଖ ବୋଲର ବାଦ୍ ପଡିବା ପରେ ବାକି ଟି୨୦ ମ୍ୟାଚ ପାଇଁ ୱାଂଶିଟନ ସୁନ୍ଦର ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି । ବରୁଣ ଚକ୍ରବର୍ତ୍ତୀ ପାଦ ଆଙ୍ଗୁଠି ଫ୍ୟାକ୍ଚର ସମସ୍ୟାରୁ ଟିମକୁ ଫେରିଥିଲେ । ତେଣୁ ଆୟରଲାଣ୍ଡ ଟି୨୦ ସିରିଜରେ ଖେଳିପାରିନଥିଲେ ।

    ଟିମ୍ ଇଣ୍ଡିଆ : ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ, ଶ୍ରେୟସ ଆୟର ( ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ୱାଂଶିଟନ ସୁନ୍ଦର, ଅକ୍ଷର ପଟେଲ, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    95 %
    1.5kmh
    89 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ