Friday, October 18, 2024
25 C
Odisha

    ଇଟାରେ ଛେଚି ଯୁବକଙ୍କୁ ହତ୍ୟା; ଅଭିଯୁକ୍ତ ୱାର୍ଡସଭ୍ୟ ଗିରଫ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼; ହେମଗିରି ଥାନା ଅଧୀନ ଟାଙ୍ଗରଡ଼ିହିଠାରେ ଜଣେ ବ୍ୟକ୍ତିଙ୍କୁ ତାଙ୍କଘର ଛାତ ଉପରେ ଇଟାରେ ଛେଚି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ପରିବାରଲୋକଙ୍କ କହିବା ଅନୁସାରେ ମଦ କାରବାରକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ହେଲେ କରୁଣା ସିଂହ ।
    ସୂଚନା ଅନୁସାରେ,ଟାଙ୍ଗରଡ଼ିହି ଗ୍ରାମର ୱାର୍ଡସଭ୍ୟ ସନବୋଧ ବୁଡ଼ା ଓ ତାଙ୍କ ଭାଇ ଅଶୋକ ବୁଡ଼ା ମଦ କାରବାର କରୁଥିଲେ । କରୁଣା ସିଂହ କାରବାରକୁ ବିରୋଧ କରି ଆସୁଥିଲେ । ସୋମବାର ସନ୍ଧ୍ୟାରେ ସନବୋଧ, ଅଶୋକ ଓ କରୁଣା ସିଂହଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କରୁଣା ଜୀବନ ବଞ୍ଚାଇବାକୁ ନିଜ ଘର ଛାତ ଉପରକୁ ଦୌଡ଼ି ପଳାଇ ଆସିଥିଲେ । ପଛେ ପଛେ ସନବୋଧ ଓ ଅଶୋକ ଆସି କରୁଣାଙ୍କ ଘର କବାଟ ଭାଙ୍ଗି ଛାତକୁ ଚଢ଼ି କରୁଣାଙ୍କୁ ଇଟାରେ ଛେଚି ହତ୍ୟା କରିଥିଲେ । ସେହି ସମୟରେ ଘରେ କରୁଣାର ଭାଉଜ ଓ ବାପା -ମା ସନବୋଧ ଓ ଅଶୋକ ଆଗରେ କରୁଣାକୁ ନ ମାରିବା ପାଇଁ ଗୁହାରି କରିଥିଲେ, କିନ୍ତୁ ଦୁଇ ଭାଇ ଖାତିର ନ କରିବାରୁ ବାପା-ମା ଗାଁ ଲୋକକୁ ଡାକିବା ପାଇଁ ଯାଇ ଫେରିବା ବେଳକୁ କରୁଣାକୁ ସେମାନେ ହତ୍ୟା କରିସାରିଥିଲେ । ଏହାପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଏ ନେଇ କରୁଣାଙ୍କ ଭାଉଜ ପରମେଶ୍ୱରୀ ସିଂହ ଥାନାରେ ତାଙ୍କ ଦିଅର କରୁଣାକୁ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ ଦେଇଛନ୍ତି । ରାତିରେ ହେମଗିର ପୁଲିସ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ୱାଡ୍‌ସଭ୍ୟ ସନବୋଧ ବୁଡା ଓ ଭାଇ ଅଶୋକ ବୁଡାଙ୍କୁ ଅଟକ ରଖିଥିବାବେଳେ ହତ୍ୟାକାଣ୍ଡରେ ଅଶୋକ ବୁଡା ସମ୍ପୃକ୍ତ ଥିବାର ସ୍ପଷ୍ଟ ହୋଇ ନ ଥିବାନେଇ ପୁଲିସ ପକ୍ଷରୁ ଜଣାପଡ଼ିଛି । ମଙ୍ଗଳବାର ସକାଳୁ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରିଛି । ହେମଗିରି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପାରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

    ଜଗନ୍ନାଥ ମନ୍ଦିରରେ ପୂଜା ପାଉଛନ୍ତି ଗାନ୍ଧିଜୀ (ଫ)
    ବ୍ରହ୍ମପୁର, ୧ ।୧୦(ସମିସ): ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ । ଦେଶ ସ୍ୱାଧୀନତାରେ ତାଙ୍କ ଅବଦାନ ଓ ଅହିଂସା ପରମଧର୍ମ ମନ୍ତ୍ରକୁ ଆଜି ବି ଯୁବପିଢି ଅନୁସରଣ କରନ୍ତି । ତାଙ୍କୁ ପୂଜ୍ୟପୂଜା ଭାବେ ଗ୍ରହଣ କରନ୍ତି । ଏହିକ୍ରମରେ ଦେଶର ବିଭିନ୍ନ ସ୍ଥାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ପ୍ରତିକୃତି ଦେଖିବାକୁ ମିଳେ । ରେଶମ ସହରରେ ବି ବିଭିନ୍ନ ସ୍ଥାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସ୍ଥାନିତ ହୋଇଛି । ହେଲେ ସହରର ଏକ ମନ୍ଦିରରେ ୧୯୬୦ ମସିହାଠାରୁ ଗାନ୍ଧିଜୀ ପୂଜା ପାଉଛନ୍ତି । ଏହା ସମସ୍ତଙ୍କ ଆଶ୍ଚର୍ଯ୍ୟ ଲାଗିବେ ବି ନିରାଟ ସତ୍ୟ । ରେଶମ ସହରରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଦେବାଦେବୀଙ୍କ ସମେତ ପୂଜା ପାଉଛନ୍ତି ଜାତିର ପିତା । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ ଉତ୍ତରେଶ୍ୱର ମନ୍ଦିର ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ପୂଜା ପାଇ ଆସୁଛନ୍ତି । ଏଠାରେ ପ୍ରତ୍ୟେକ ଦିନ ଘଣ୍ଟଘଣ୍ଟା ବାଦ୍ୟ ବାଜଣାରେ ଗାନ୍ଧିଜୀଙ୍କ ସୁମରଣା କରାଯାଉଛି । ଏହା ଏବେକା କଥା ନୁହେଁ ବରଂ ୧୯୬୦ମସିହାରୁ ଏଠାରେ ପୂଜା ହୋଇ ଆସୁଛି । ପ୍ରତିଦିନ ଆଳତି, ସନ୍ଧ୍ୟା ଆଳତି ଅନ୍ନଭୋଗ ଆଦି ପାଶ୍ୱର୍ ଦେବାଦେବୀଙ୍କ ଭଳି ଗାନ୍ଧିଜୀଙ୍କ ମଧ୍ୟ କରାଯାଉଛି । ଗାନ୍ଧିଜୀଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ବାର୍ଷିକୀରେ ଏଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଦେଶ ଓ ଜାତି ପାଇଁ ଗାନ୍ଧିଜୀଙ୍କ ଅବଦାନକୁ ସବୁବେଳେ ମନେ ପକାଇବା ପାଇଁ ଏଠାରେ ତାଙ୍କୁ ସ୍ଥାନିତ କରାଯାଉଥିବା ବେଳେ ପାଶ୍ୱର୍ ଦେବତା ଭାବେ ଗ୍ରହଣ କରାଯାଉଥିବା ଜଣାପଡ଼ିଛି । ଗୋଷାଣୀ ନୂଆଗାଁ ଜଗନ୍ନାଥ ମନ୍ଦିରରେ ବିମଳା, ହନୁମାନ, ନବଗ୍ରହ, ପଞ୍ଚ ଦେବତା ଓ ଭାଗବତ ଗାଦୀ ପାଶ୍ୱର୍ ଦେବତା ଭାବେ ପୂଜା ପାଉଛନ୍ତି । ଭାଗବତ ଗାଦୀରେ ଶ୍ରୀରାମଙ୍କ ସମେତ ଗାନ୍ଧିଜୀଙ୍କୁ ନିତ୍ୟ ପୂଜାର୍ଚ୍ଚନା କରାଯାଉଛି । ବିଭିନ୍ନ ସମୟରେ ସହରର ବହୁ ଲୋକ ଏଠାକୁ ଯାଇ ପୂଜାର୍ଚ୍ଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ଦେଶପ୍ରେମ ଓ ଦେଶ ମାତୃକାର ସେବା ଲାଗି ନିଜ ଜୀବନକୁ ସପର୍ମି ଦେଇଥିବା ଗାନ୍ଧିଜୀଙ୍କୁ ମନେ ପକଇବା ଲାଗି ଏ ପ୍ରୟାସ ଦୀର୍ଘବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ