Friday, February 21, 2025
29.5 C
Odisha

    ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ବିସ୍ମୟ ବାଳକ ସ୍ମୃତି ସ୍ୱରାଜ

    ଆଗକୁ ପଢନ୍ତୁ

    ପୁରୀ : ଚିତ୍ର ଦେଖି ଜୀବଜନ୍ତୁଙ୍କ ନାମ ହେଉ ଅଥବା ବିଭିନ୍ନ ପ୍ରକାରର ପନି ପରିବା ସବୁକିଛି ଚିତ୍ର ଦେଖି ତାହାର ନାମକୁ ନିଜ ମୁହଁରେ ସ୍ପଷ୍ଟ ଭାବରେ କହି ଚାଲୁଛନ୍ତି ଏହି ତିନି ବର୍ଷର ବାଳକ ଜଣକ । ଏତିକିରେ ଶେଷ ହୋଇ ନାହିଁ ତାଙ୍କର ଏହି ଉଦ୍ୟମ । ଗାଣିତିକ ସଂଖ୍ୟା ହେଉ ଆମ ଦେଶର ଥିବା ସମସ୍ତ ରାଜ୍ୟର ନାମ ରାଜଧାନୀର ନାମ ଏବଂ ସପ୍ତାହର ନାମ ଇନ୍ଦ୍ରଧନୁର ରଙ୍ଗକୁ ଇଂରାଜୀ ଭାଷାରେ ସୁବୁକିଛିକୁ ସେ ନିମିଷକେ ମଧ୍ୟରେ ଗାଇ ଚାଲୁଛନ୍ତି । ଏଭଳି ଜଣେ ବିସ୍ମୟ ବାଳକ ହେଉଛନ୍ତି ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ କଲ୍ୟାଣପୁର ଗାଁର ବିସ୍ମୟ ବାଳକ ସ୍ମୃତି ସ୍ୱରାଜ ପ୍ରଧାନ । ଏକ ଘରୋଇ ସ୍କୁଲରେ ନାମ ଲେଖାଇଥିବା ବେଳେ ଶିକ୍ଷା ଆରମ୍ଭ କରିନାହାନ୍ତି । ଖେଳକୁଦ ବୟସରେ ଏଭଳି ବିଭିନ୍ନ ବିଷୟରେ କହିବା ପାଇଁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ମିଳିଛି । ଯାହାକୁ ନେଇ ତାଙ୍କ ପରିବାର ବେଶ ଖୁସି ଅଛନ୍ତି ।

    ଖାଲି ଦେଶ ସମ୍ପର୍କରେ କହୁନ୍ତି ତାହା ନୁହେଁ ଆମର ଜାତୀୟ ଫୁଲ ଜାତୀୟ ଫଳ ଜାତୀୟ ପଶୁଙ୍କ ଠାରୁ ଆରମ୍ଭ କରି ସମସ୍ତ ଜାତୀୟ ସମ୍ପର୍କିତ ଜିନିଷକୁ ସେ ଦୃତ ଗତିରେ କହି ଚାଲନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ସ୍ମୃତି ସ୍ୱରାଜଙ୍କ ମା ଘରେ ଠାକୁରଙ୍କ ପୂଜା କରୁଥିବାବେଳେ ଯେଉଁ ଶ୍ଳୋକ ପାଠ କରିଥାନ୍ତି ତାଙ୍କ ଠାରୁ ସ୍ମୃତି ସ୍ୱରାଜ ଶିକ୍ଷା କରି ତାହାକୁ ମଧ୍ୟ ସ୍ପଷ୍ଟ ଭାବରେ ଗାଇ ଚାଲୁଛନ୍ତି । ବାପା ଜଣେ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ମା’ ଜଣେ ଗୃହିଣୀ ଭାବରେ ହୋଇ ସ୍ମୃତି ସ୍ୱରାଜଙ୍କୁ ସମୟ ଦେଇ ଆଜି ଏଭଳି ବିରଳ କୃତୀତ୍ୱର ଅଧିକାର କରାଇ ପାରିଛନ୍ତି । ତେବେ ଏହାକୁ ନେଇ ତାଙ୍କ ପରିବାର ସହିତ ଗାଁର ପଡ଼ୋଶୀ ମଧ୍ୟ ବେଶ ଖୁସି ଥିବାର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    43 %
    1.1kmh
    1 %
    Fri
    34 °
    Sat
    35 °
    Sun
    34 °
    Mon
    35 °
    Tue
    36 °

    ସମ୍ବନ୍ଧିତ