Monday, October 27, 2025
22.5 C
Odisha

    ଇଣ୍ଡିଆ ମାରିଟାଇମ୍‌ ୱିକ୍‌ ପ୍ରଦର୍ଶନୀ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ମୁମ୍ବାଇ   :  ମୁମ୍ବାଇରେ ଆଜିଠାରୁ ଆରମ୍ଭ ହୋଇଛି ଇଣ୍ଡିଆ ମାରିଟାଇମ୍‌ ୱିକ୍‌ ୨୦୨୫ । ଏଥିରେ ଯୋଗ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ । ୨୭ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହିତ ଓଡ଼ିଶା ସମ୍ପର୍କିତ ଅଧିବେଶନରେ ଉପସ୍ଥିତ ରହିଛନ୍ତି । ଉକ୍ତ ଅଧିବେଶନରେ ଓଡ଼ିଶାରେ ବନ୍ଦର ଆଧାରିତ ପୁଞ୍ଜିନିବେଶ ଏବଂ ବନ୍ଦର ଜରିଆରେ ରପ୍ତାନୀ ସମ୍ପର୍କରେ ମାନସମନ୍ଥନ ହୋଇଛି ।

    ଏହି ସମ୍ମିଳନୀରେ ଯୋଗଦେବା ଲାଗି ଓଡ଼ିଶା ସରକାରଙ୍କ ଏକ ପ୍ରତିନିଧି ଦଳ ମୁମ୍ବଇରେ ଗତକାଲିଠୁ ପହଞ୍ଚିଥିଲେ । ଏହି ଅବସରରେ ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଓ ନିବେଶକ ଏକତ୍ର ହୋଇ ନୌ ଭିତ୍ତିଭୂମି, ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ନୀଳ ଅର୍ଥନୀତିର ସମ୍ଭାବନା ସମ୍ପର୍କରେ ଆଲୋଚନ କରିଛନ୍ତି । ଏହି ଅବସରରେ ଇଣ୍ଡିଆ ମାରିଟାଇମ୍‌ ୱିକ୍‌ ପ୍ରଦର୍ଶନୀ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।  ଦେଶର ବର୍ଦ୍ଧିତ ନୌବାଣିଜ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବା ଦିଗରେ ଓଡ଼ିଶାର ଉପସ୍ଥିତି ଗୁରୁତ୍ୱ ବହନ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    95 %
    1kmh
    15 %
    Mon
    23 °
    Tue
    27 °
    Wed
    25 °
    Thu
    29 °
    Fri
    28 °

    ସମ୍ବନ୍ଧିତ