ନୂଆଦିଲ୍ଲୀ : ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖାସ୍ ଅଫର । ଦୀପାବଳି ପାଇଁ ଖାସ୍ ଅଫର ଆଣିଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ । ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ନୂଆ ଅଫର୍ ଫ୍ଲାଇଂ କନେକ୍ସନ ସେଲ୍ ଆଣିଦେଇଛି । ଏହି ସେଲ୍ ୧୩ ଅକ୍ଟୋବରରୁ ଆରମ୍ଭ ହୋଇ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଆପଣ ୧ ନଭେମ୍ବର ୨୦୨୫ ରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ଯାତ୍ରା ଟିକେଟ୍ ବୁକ୍ କରିପାରିବେ।
ଇଣ୍ଡିଗୋର ଏହି ଅପରରେ ଘରୋଇ ଟିକେଟ୍ ମାତ୍ର ୨୩୯୦ ଟଙ୍କା ରୁ ଆରମ୍ଭ ହେଉଥିବା ବେଳେ ଅନ୍ତର୍ଜାତୀୟ ଟିକେଟ୍ ମଧ୍ୟ ୮୯୯୦ ଟଙ୍କାରେ ଉପଲବ୍ଧ ହେଉଛି । ଇଣ୍ଡିଗୋ ଏହି ଅଫରରେ ୮ ହଜାରରୁ ଅଧିକ ରୁଟ୍ ଅନ୍ତର୍ଭୁକ୍ତ କରିଛି । ଯାହା ଦେଶର ପ୍ରାୟ ୯୦ ଟି ଘରୋଇ ଏବଂ ୪୦ ରୁ ଅଧିକ ଅନ୍ତର୍ଜାତୀୟ ସହରକୁ କନେକ୍ଟ କରୁଛି ।
ଇଣ୍ଡିଗୋର ମଧ୍ୟ ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଜବରଦସ୍ତ ଅଫର ରହିଛି । କୋଚିରୁ ସିଙ୍ଗାପୁରର ବିମାନ ୮୯୯୦ ଟଙ୍କାରୁ ଆରମ୍ଭ ହେଉଛି । ଅହମ୍ମଦାବାଦରୁ ସିଙ୍ଗାପୁରର ଭଡ଼ା ୯୯୯୦ଟଙ୍କା ରୁ ଆରମ୍ଭ ହେଉଛି । ଜୟପୁରରୁ ସିଙ୍ଗାପୁରର ଭଡ଼ା ୧୦୧୯୦ ଟଙ୍କା ରୁ ଆରମ୍ଭ ହେଉଛି ।
ଏହି ଫ୍ଲାଇଂ କନେକ୍ସନ୍ ସେଲ୍ ଅଧୀନରେ ଏହି ଅଫର୍ କେବଳ ଇଣ୍ଡିଗୋ-ପରିଚାଳିତ ବିମାନ ପାଇଁ ପ୍ରଯୁଜ୍ୟ । କୋଡସେୟାର କିମ୍ବା ସିଧାସଳଖ ବିମାନ ପାଇଁ ନୁହେଁ । ଟିକେଟ୍ ବୁକିଂ ଏକ-ତରଫା ଏବଂ ରାଉଣ୍ଡ-ଟ୍ରିପ୍ ଉଭୟ ବିମାନ ପାଇଁ ବୈଧ, କିନ୍ତୁ ସୀମିତ ସଂଖ୍ୟକ ଟିକେଟ୍ ଉପଲବ୍ଧ ହେବ । ଏହି ଅଫର୍ ଅନ୍ୟ କୌଣସି ଇଣ୍ଡିଗୋ ପ୍ରମୋସନ୍ କିମ୍ବା ରିହାତି ସହିତ ମିଶ୍ରିତ ହୋଇପାରିବ ନାହିଁ । ଏହା ବ୍ୟତୀତ ଅଫରରେ କାଟିଥିବା ଟିକେଟ୍ ନା ବଦଳାଇ ପାରିବେ ନା ରିଫଣ୍ଡ ହୋଇପାରିବ ।