ନୂଆଦିଲ୍ଲୀ : ୟୁପିର ବାଗପତର ଝିଅ ଆସ୍ଥା ପୁନିଆ ଭାରତୀୟ ନୌସେନାରେ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ୍ ହୋଇ ଇତିହାସ ରଚିଛନ୍ତି । ୱିଙ୍ଗସ୍ ଅଫ୍ ଗୋଲ୍ଡ ପାଇବା ପରେ, ଆସ୍ଥା ପୁନିଆ ବର୍ତ୍ତମାନ ଭାରତୀୟ ନୌସେନାର ଫାଇଟର ପ୍ଲେନର ପାଇଲଟ୍ ହୋଇଛନ୍ତି । ଭବିଷ୍ୟତ ପିଢି ପାଇଁ ସେ ଏକ ଉଦାହରଣ ପାଲଟିଛନ୍ତି ।
ସୂଚନାନୁଯାୟୀ, ଆସ୍ଥା ଜଣେ ଶିକ୍ଷିତ ପରିବାରର ପିଲା ବୋଲି ସୂଚନା ମିଳୁଛି । ତାଙ୍କ ବାପା ବାଗପତର ସରଧାନା ନବୋଦୟ ବିଦ୍ୟାଳୟରେ ଜଣେ ଶିକ୍ଷକ ଥିବାବେଳେ ମାଆ ସଂୟୋଗିତା ଚୌଧୁରୀ ମଧ୍ୟ ଜଣେ ଶିକ୍ଷୟିତ୍ରୀ । ଆରମ୍ଭରୁ ଆସ୍ଥାଙ୍କର ଭାରତୀୟ ନୌସେନାରେ ସାମିଲ ହେବା ପାଇଁ ଇଚ୍ଛୁକ ଥିଲେ । ଫଳରେ ସେ ମିରଟ ଏବଂ ରାଜସ୍ତାନରୁ ପଢା ସମ୍ପୂର୍ଣ୍ଣ କରିଥିଲେ । ଜୁଲାଇ ୩ରେ ବିଶାଖାପାଟଣାର INS ଡେଗାରେ ଦ୍ୱିତୀୟ ମୌଳିକ ହକ୍ କନଭର୍ସନ କୋର୍ସ କରି ଡିଗ୍ରୀ ହାସଲ କରିଥିଲେ । ଯେଉଁଠାରେ ତାଙ୍କୁ ୱିଙ୍ଗସ୍ ଅଫ୍ ଗୋଲ୍ଡ ସମ୍ମାନ ପ୍ରଦାନ କରାଯାଇଥିଲା । ସେ ରିଅର୍ ଆଡମିରାଲ୍ ଜନକ ବେଭଲିଙ୍କ ଦ୍ବାରା ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହି ସମ୍ମାନ କେବଳ ନୌସେନା ଯୁଦ୍ଧ ବିମାନର ପାଇଲଟଙ୍କୁ ଦିଆଯାଇଥାଏ । ଯଦି ତାଙ୍କ ସ୍କୁଲିଂ ବିଷୟରେ କୁହାଯାଏ ତେବେ ସେ ବାଗପତରୁ ପ୍ରାଥମିକ ଶିକ୍ଷା କରିଥିଲେ । ପରେ ଗିରଧାରୀ ଲାଲ ପବ୍ଲିକ୍ ସ୍କୁଲରୁ ମାଟ୍ରିକ ଏବଂ ଏସଡି ପବ୍ଲିକ୍ ସ୍କୁଲରୁ ଇଣ୍ଟରମିଏଟ୍ ପାସ୍ କରିଥିଲେ । +2 ପରେ ସେ ଦୁଇ ବର୍ଷ ପୂର୍ବେ ନୌସେନା ପାଇଁ ଆବେଦନ କରିଥିଲେ । ଅନ୍ୟପଟେ ଆସ୍ଥାଙ୍କ ବାପା କହିଛନ୍ତି ଯେ, ସ୍ବପ୍ନକୁ ସତ କରିବା ପାଇଁ ଆସ୍ଥା ତାଙ୍କ ଇଣ୍ଟରମିଡିଏଟ୍ ପରେ ଡିଫେନ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଗୋଟିଏ ବର୍ଷ ପୂର୍ବରୁ, ତାଙ୍କୁ ନୌସେନାରେ ଅଫିସର ଗ୍ରେଡ୍ ପାଇଁ ଚୟନ କରାଯାଇଥିଲା । ଏହା ପରେ, ସେ ଜଣେ ଫାଇଟର ପାଇଲଟ୍ ହେବା ପାଇଁ ଏକ ଆଟାଚମେଣ୍ଟ କୋର୍ସ କରିଥିଲେ । ଏହା ସହିତ ଆସ୍ଥାଙ୍କ ମା’ କହିଛନ୍ତି ଯେ, ଆମେ ଆମ ଝିଅ ପାଇଁ ଗର୍ବିତ । ପିଲାମାନଙ୍କ ସ୍ୱପ୍ନ ପୂରଣ କରିବା ଆମର ସବୁଠାରୁ ବଡ଼ ଖୁସି । ନିଜ କଠିନ ପରିଶ୍ରମ ଦ୍ୱାରା ସେ ପ୍ରମାଣ କରିଛି ଯେ ଝିଅମାନେ କାହାଠାରୁ କମ୍ ନୁହଁନ୍ତି । କାକା ଅଜୟ ପୁନିଆ ଏବଂ ବିକାଶ ପୁନିଆ କହିଛନ୍ତି- ଏହା ଆମ ପରିବାର ଏବଂ ଗାଁ ପାଇଁ ଗର୍ବର ବିଷୟ । ଏହି ଖୁସିକୁ ସେମାନଙ୍କ ମାମୁଁ ଜେଜେମାଆଙ୍କ ଘରେ ବହୁତ ଧୁମଧାମରେ ପାଳନ କରିଥିଲେ।
ଏହାରି ମଧ୍ୟରେ ଆସ୍ଥା କହିଥିଲେ- ଝିଅମାନେ କେବେ ନିଜକୁ କମ ଭାବିବା ଉଚିତ୍ ନୁହେଁ । ଯଦି ଉଦ୍ଦେଶ୍ୟ ଦୃଢ଼ ଥାଏ ତେବେ ପ୍ରତ୍ୟେକ ଲକ୍ଷ୍ୟ ହାସଲ କରାଯାଇପାରିବ। ଝିଅମାନେ କୌଣସି କ୍ଷେତ୍ରରେ ପୁଅମାନଙ୍କଠାରୁ କମ୍ ନୁହଁନ୍ତି ।