Sunday, April 12, 2026
26.7 C
Odisha

    ଇତିହାସ ରଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବଦେଶୀ ହାଲୁକା ହେଲିକପ୍ଟର ‘ପ୍ରଚଣ୍ଡ’ରେ ଭରିଲେ ଉଡ଼ାଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜସ୍ଥାନର ଜୈସଲମେରଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ରେ ଏକ ସଫଳ ଉଡ଼ାଣ କରିଛନ୍ତି। ଏହି ଐତିହାସିକ ଉଡ଼ାଣ ସହ ସେ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ‘ପ୍ରଚଣ୍ଡ’ ହେଲିକପ୍ଟରରେ ଉଡ଼ିବାର ଗୌରବ ଅର୍ଜନ କରିଛନ୍ତି। ଜୈସଲମେର ବାୟୁସେନା ଷ୍ଟେସନରୁ ୨୫ ମିନିଟ୍ ପାଇଁ ଆକାଶରେ ମାର୍ଗଦର୍ଶନ କରିଥିଲେ। ସେ କୋ-ପାଇଲଟ୍ ଆସନରେ ବସିଥିବା ବେଳେ ଗ୍ରୁପ୍ କ୍ୟାପଟେନ ଏନ.ଏସ. ବହୁଆ ଏହାକୁ ଚଳାଉଥିଲେ। ସ୍ୱଦେଶୀ ପ୍ରତିରକ୍ଷା ଶକ୍ତିର ପ୍ରଦର୍ଶନ ଏବଂ ବାୟୁସେନାର ମନୋବଳ ବଢ଼ାଇବା ପାଇଁ ସେ ଏହି ଉଡ଼ାଣ କରିଥିଲେ। ଏହି ସମୟରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏପି ସିଂ ମଧ୍ୟ ଅନ୍ୟ ଏକ ହେଲିକପ୍ଟରରେ ସାଙ୍ଗରେ ଥିଲେ।

    ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଖୋଇ-୩୦ MKI ଏବଂ ରାଫେଲ ଯୁଦ୍ଧ ବିମାନରେ ମଧ୍ୟ ଉଡ଼ାଣ କରିସାରିଛନ୍ତି । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ହାଲ ଦ୍ୱାରା ନିର୍ମିତ ଏହି ‘ପ୍ରଚଣ୍ଡ’ ହେଲିକପ୍ଟର ବିଶ୍ୱର ଏକମାତ୍ର ଆଟାକ ହେଲିକପ୍ଟର ଯାହା ୫,୦୦୦ ମିଟରରୁ ଅଧିକ ଉଚ୍ଚତାରେ ଅବତରଣ ଓ ଉଡ଼ାଣ କରିପାରେ।ଆଜି ଅନୁଷ୍ଠିତ ହେବାକୁ ଥିବା ‘ବାୟୁ ଶକ୍ତି’ ଅଭ୍ୟାସରେ ଯୋଗଦେବେ । ଏଥିରେ ରାଫେଲ, ସୁଖୋଇ-୩୦, ତେଜସ ଏବଂ ମିରାଜ୍-୨୦୦୦ ଭଳି ଘାତକ ବିମାନ ସାମିଲ ଅଛନ୍ତି।.. ..

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.7 ° C
    26.7 °
    26.7 °
    54 %
    2.4kmh
    0 %
    Sun
    27 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ