Sunday, April 12, 2026
27.5 C
Odisha

    ଇଭିଏମ୍‌ ବାଲଟ୍‌ରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତର ନିର୍ବାଚନ କମିସନ (ଇସିଆଇ) ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ବାଲଟ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ନୂଆ ନିର୍ଦ୍ଦେଶ ଅନୁଯାୟୀ, ଇଭିଏମ୍‌ ବାଲଟ୍‌ରେ ପ୍ରାର୍ଥୀଙ୍କ ଫଟୋ ଏବେ ପୂର୍ଣ୍ଣ ରଙ୍ଗୀନ ହେବ। ପୂର୍ବରୁ ଏହି ଫଟୋଗୁଡ଼ିକ କଳାଧଳା ଥିଲା ବା କେତେକ କ୍ଷେତ୍ରରେ ଫଟୋ ସାମିଲ ହେଉନଥିଲା। ଏହି ରଙ୍ଗୀନ ଫଟୋଗୁଡ଼ିକ ଫଟୋ ପାଇଁ ନିର୍ଦ୍ଧାରିତ ସ୍ଥାନର ତିନି-ଚତୁର୍ଥାଂଶ ଅଂଶଗ୍ରହଣ କରିବ, ଯାହା ଭୋଟରଙ୍କୁ ପ୍ରାର୍ଥୀଙ୍କୁ ସ୍ପଷ୍ଟ ଭାବେ ଚିହ୍ନିବାରେ ସାହାଯ୍ୟ କରିବ। ଏହା ସହିତ ପ୍ରାର୍ଥୀଙ୍କ କ୍ରମିକ ନମ୍ବରକୁ ବଡ଼ ଓ ଅଧିକ ଦୃଶ୍ୟମାନ କରାଯିବ। ୧୯୬୧ ନିର୍ବାଚନ ଆଚରଣ ନିୟମାବଳୀର ନିୟମ ୪୯(ବି) ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି କମିସନ ସ୍ପଷ୍ଟ କରିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ ପ୍ରଥମେ ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ପ୍ରଥମେ ଲାଗୁ ହେବ ଏବଂ ପରବର୍ତ୍ତୀ ସମୟରେ ସମସ୍ତ ରାଜ୍ୟ ପାଇଁ ଲାଗୁହେବ। ଭାରତୀୟ ନିର୍ବାଚନ ପ୍ରଣାଳୀକୁ ଆଧୁନିକ ଓ ଅଧିକ ସୁଗମ କରିବା ଦିଗରେ ଏହା ଏକ ବଡ଼ ପ୍ରୟାସ ବୋଲି କମିସନ କହିଛନ୍ତି। ଇଭିଏମ୍‌ ବାଲଟ୍‌ରେ ଏଭଳି ପରିବର୍ତ୍ତନ ଭୋଟିଂ ସମୟରେ ଭୁଲ୍‌ ହେବାର ସମ୍ଭାବନାକୁ ହ୍ରାସ କରିବ ଏବଂ ଭୋଟରଙ୍କୁ ଠିକ୍‌ ପ୍ରାର୍ଥୀ ଚୟନ କରିବାରେ ସହାୟକ ହେବ। ଏହି ପରିବର୍ତ୍ତନ ଭୋଟିଂ ପ୍ରକ୍ରିୟାକୁ ଅଧିକ ଭୋଟର-କୈନ୍ଦ୍ରିକ କରିବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ