Wednesday, October 14, 2026
28.3 C
Odisha

    ଦଶହରା ପାଇଁ ବିଏମସିର ଅପିଲ୍: ଭୋଗ ପ୍ଲାଷ୍ଟିକ୍ ବ୍ୟାଗରେ ନିଅନ୍ତୁ ନାହିଁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   : ଦୁର୍ଗାପୂଜାରେ ପଲିଥିନ୍ କ୍ୟାରି ବ୍ୟାଗରେ ଭୋଗ ନ ନେବା ପାଇଁ ଲୋକଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଅପିଲ୍ କରିଛି। ପର୍ବ ସମୟରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକର ବ୍ୟବହାର ଏବଂ ଅଳିଆ ଆବର୍ଜନାକୁ ରୋକିବା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଏନେଇ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ବୋର୍ଡରେ ସଚେତନତା ବାର୍ତ୍ତା ଲେଖାଯିବ। ଏହାକୁ କିଓସ୍କରେ ଲଗାଯିବ। ବିଏମସି କିଓସ୍କ ସ୍ଥାପନ କରିବ ଯାହା ମାଧ୍ୟମରେ  ଲୋକମାନଙ୍କୁ ପଲିଥିନ୍ କ୍ୟାରି ବ୍ୟାଗ  ନ ନେବାକୁ ଅନୁରୋଧ କରାଯିବ। ଦୁର୍ଗାପୂଜା ସମୟରେ, ସହରର ମ୍ୟୁନିସିପାଲ କଠିନ ଅଳିଆ ପ୍ରତିଦିନ ଅତିରିକ୍ତ ୨୦୦ମେଟ୍ରିକ୍ ଟନ୍ ବୃଦ୍ଧି ପାଏ। ପ୍ରତିଦିନ ସାଧାରଣତଃ, ସହରରେ ପ୍ରାୟ ୮୦୦ ମେଟ୍ରିକ୍ ଟନ୍ ଆବର୍ଜନା ସଂଗ୍ରହ ହୋଇଥାଏ। ସେଥି ମଧ୍ୟରେ ପ୍ରାୟ ୨୦୦ ଟନ୍ ପ୍ଲାଷ୍ଟିକ୍ ଅଳିଆ ଥାଏ।ଲୋକଙ୍କୁ ସଚେତନ କରିବା ପାଇଁ ଦୁର୍ଗାପୂଜା ସମୟରେ ସ୍ୱଚ୍ଛତା ଉପରେ ବାର୍ତା ଥିବା ଲିଫଲେଟ ବଣ୍ଟନ କରିବା ପାଇଁ କିଓସ୍କ ଗୁଡିକରେ ସ୍ୱେଚ୍ଛାସେବକମାନଙ୍କର ଏକ ଦଳ ନିୟୋଜିତ ହେବେ।  ଏହି କିଓସ୍କ ରଖିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଲିଥିନ୍ କ୍ୟାରି ବ୍ୟାଗ ବ୍ୟବହାର ନକରିବା, ଅଳିଆ ଯାଞ୍ଚ୍ କରିବା, ସାନିଟାରୀ କର୍ମଚାରୀଙ୍କ ଉପରେ ବୋଝ କମାଇବା ଏବଂ ପ୍ଲାଷ୍ଟିକ୍ ଅଳିଆ ପରିଚାଳନାର ସାମଗ୍ରିକ ବୋଝକୁ କମ କରିବା ପାଇଁ ବାର୍ତ୍ତା ପ୍ରସାର କରିବା। ଏହା ବ୍ୟତୀତ, ସ୍ୱେଚ୍ଛାସେବକମାନେ ଲୋକମାନଙ୍କୁ ରାସ୍ତା ଏବଂ ନିକଟବର୍ତ୍ତୀ ପୂଜା ମଣ୍ଡପରେ ପୂଜା ଅଳିଆ ନ ପକାଇବା ପାଇଁ ସଚେତନ କରିବେ। ନିର୍ଦ୍ଦିଷ୍ଟ ଡଷ୍ଟବିନ୍‌ରେ ଆବର୍ଜନା ପକାଇବାକୁ ସଚେତନ କରିବେ।

    ଏହି କିଓସ୍କଗୁଡ଼ିକ ବାରମୁଣ୍ଡା, ନୟାପଲ୍ଲୀ, ସହିଦ ନଗର, ରସୁଲଗଡ଼, ଝାରପଡ଼ା ଏବଂ ଡମଣା ଭଳି ବଡ଼ ମଣ୍ଡପରେ ସ୍ଥାପନ କରାଯିବ। ସଚେତନତା ଅଭିଯାନ ତଦାରଖ କରିବା ପାଇଁ ବିଏମସି ତିନି ଜୋନାଲ ଡେପୁଟି କମିସନରଙ୍କ ସମେତ  ଅଧିକାରୀମାନଙ୍କୁ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ବରିଷ୍ଠ ଅଧିକାରୀମାନେ ପର୍ଯ୍ୟାୟକ୍ରମେ କିଓସ୍କରେ ବସିବେ। ପାରମ୍ପରିକ ପୋଖରୀ ନିକଟରେ ଖୋଳାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି କିପରି ବିସର୍ଜନ କରାଯିବେ ସେ ବିଷୟରେ ପୂଜା କମିଟି ସଦସ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    70 %
    2.5kmh
    41 %
    Wed
    28 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ