Wednesday, October 7, 2026
22.1 C
Odisha

    ଇଭିଏମ୍‌ ଯାଞ୍ଚ ଆବେଦନ: ଶୁଣାଣି କରିବେ ସିଜେଆଇଙ୍କ ଖଣ୍ଡପୀଠ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:  ଇଭିଏମ୍‌ (ଇଲେକ୍‌ଟ୍ରୋନିକ ଭୋଟିଂ ‌ମେସିନ୍‌) ଯାଞ୍ଚ ପାଇଁ ଏକ ନୀତି ଆଣିବାକୁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଶୁଣାଣି କରିବେ। ହରିୟାଣାର ପୂର୍ବତନ ମନ୍ତ୍ରୀ ତଥା ୫ ଥର ବିଧାୟକ ନିର୍ବାଚିତ ହୋଇଥିବା କରନ ସିଂହ ଦଲାଲ୍‌ ଇଭିଏମ୍‌  ଯ‌ାଞ୍ଚ ପାଇଁ ଏକ ନୀତି ଆଣିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ମନମୋହନଙ୍କ ଖଣ୍ଡପୀଠରେ ଏହି ଆବେଦନ ଶୁଣାଣି ପାଇଁ ଆସିଥିଲା। ତେବେ ଖଣ୍ଡପୀଠ କହିଛନ୍ତି ଯେ ଏହି  ଆବେଦନର ଶୁଣାଣି ପ୍ରଧାନ ବିଚାରପତି ଖଣ୍ଡପୀଠରେ କରାଯିବାକୁ ନିଷ୍ପତ୍ତି ହୋଇଛି। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ପୂର୍ବରୁ ଏକ ରାୟ ଦେଇ କହିଥି‌ଲେ ଯେ ନିର୍ବାଚନ ଫଳ ଘୋଷଣା ହେବାପରେ ପ୍ରତି ନିର୍ବାଚନମଣ୍ଡଳୀରେ ଇଭିଏମ୍‌ର ୫ ପ୍ରତିଶତ ଇଭିଏମ୍‌ କମ୍ପାନିର ଇଞ୍ଜିନିୟରଙ୍କ ଦ୍ବାରା ଯାଞ୍ଚ କରାଯିବା ଉଚିତ। ନିର୍ବାଚନରେ ଦ୍ବିତୀୟ ଏବଂ ତୃତୀୟ ସର୍ବାଧିକ ଭୋଟ୍‌ ପାଇଥିବା ପ୍ର‌ାର୍ଥୀଙ୍କ ଅନୁରୋଧକ୍ରମେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବା ଉଚିତ ବୋଲି କୋର୍ଟ କହିଥିଲେ। ତେବେ ଆବେଦନକାରୀ ଦର୍ଶାଇଛନ୍ତି ଯେ  କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ନିର୍ବା‌ଚନ କମିଟି ଏଭଳି କୌଣସି ନୀତି ଆଣିବାପାଇଁ ବିଫଳ ହୋଇଛନ୍ତି।  ଉଲ୍ଲେଖ‌ଯୋଗ୍ୟ, ଦଲାଲ୍‌ ଏବଂ ସହ ଆବେଦନକାରୀ ଲକ୍ଷ୍ମଣ କୁମାର ସିଙ୍ଗଳା ସେମାନଙ୍କ ନିଜ ନିଜ ନିର୍ବାଚନମଣ୍ଡଳୀରେ ଦ୍ବିତୀୟ ସର୍ବାଧିକ ଭୋଟ୍‌ ପାଇଥିଲେ। ସେମାନେ ଇଭିଏମ୍‌ ଯାଞ୍ଚ ପାଇଁ ଏକ ନୀତି ଆଣିବାକୁ ଆବେଦନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ