Wednesday, October 7, 2026
22.1 C
Odisha

    ଆଉ ୪ ବନ୍ଧକଙ୍କୁ ଶନିବାର ମୁକ୍ତ କରିବ ହମାସ୍

    ଆଗକୁ ପଢନ୍ତୁ

    ତେଲ ଅଭିବ୍: ହାମାସ ଆଉ ୪ ଜଣ ମହିଳା ବନ୍ଧକଙ୍କ ନାମ ପ୍ରକାଶ କରିଛି। ଗାଜା ଉପତ୍ୟକାରେ ଘୋଷିତ ଅସ୍ତ୍ରବିରତି ଅଧୀନରେ ଏହି ବନ୍ଦୀମାନଙ୍କୁ ଶନିବାର ମୁକ୍ତ କରାଯିବ। ଏହି ବନ୍ଧକଙ୍କ ନାଁ ହେଉଛି କାରିନା ଆରିଭ୍, ଡାନିଏଲା ଗିଲବୋଆ, ନାମା ଲେଭି ( ସମସ୍ତେ ୨୦ ବର୍ଷୀୟ) ଏବଂ ଲିରି ଆଲବାଗ (୧୯) । ତେବେ ଇସାରାଲ ତୁରନ୍ତ ଏହି ନାମଗୁଡ଼ିକୁ ନିଶ୍ଚିତ କରିନାହିଁ। ଇସ୍ରାଏଲ ଦ୍ୱାରା ବନ୍ଦୀ କିମ୍ବା ଅଟକ ଥିବା ଡଜନାଧିକ ପାଲେଷ୍ଟାଇନୀଙ୍କୁ ମୁକ୍ତ କରିବା ବଦଳରେ ଶନିବାର ବନ୍ଦୀମାନଙ୍କୁ ମୁକ୍ତ କରାଯିବ।

    ସେପଟେ ଶୁକ୍ରବାର ଗାଜାରେ ବନ୍ଧକ ଥିବା ଲୋକଙ୍କ ସମ୍ପର୍କୀୟମାନେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ନିବେଦନ କରିଛନ୍ତି ଯେ ବାକି ଥିବା ସମସ୍ତ ବନ୍ଦୀଙ୍କୁ ମୁକ୍ତ କରାଯାଉ । ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ମୁକ୍ତି ପାଇଁ ଚାପ ପକାଇବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ଇସ୍ରାଏଲ ଓ ହମାସ ମଧ୍ୟରେ ୬ ସପ୍ତାହ ଧରି ଚାଲିଥିବା ଅସ୍ତ୍ରବିରତି ଷଷ୍ଠ ଦିନରେ ପହଞ୍ଚିଛି।

    କେତେ ଜଣ ବନ୍ଦୀ ଏବେ ବି ଜୀବିତ ଅଛନ୍ତି ସେ ସମ୍ପର୍କରେ ହାମାସ୍ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରିନାହିଁ। ଅସ୍ତ୍ରବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ଶତାଧିକ ପାଲେଷ୍ଟାଇନ୍ କଏଦୀଙ୍କ ବଦଳରେ ୩୩ ଜଣ ବନ୍ଧକଙ୍କୁ ମୁକ୍ତ କରାଯିବ ବୋଲି ଆଶା କରାଯାଉଛି। ଅସ୍ତ୍ରବିରତିର ପ୍ରଥମ ଦିନ ରବିବାର ୯୦ ଜଣ ପାଲେଷ୍ଟାଇନ୍ କଏଦୀଙ୍କ ବଦଳରେ ପ୍ରଥମ ତିନି ଜଣ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ