Sunday, March 22, 2026
23.7 C
Odisha

    ଇରାନ ଘଟଣାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଏପରି କହିଲେ ବାଇଡେନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇରାନ ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କ ହତ୍ୟା ପରେ ପଶ୍ଚିମ ଏସିଆରେ ଯୁଦ୍ଧର କଳା ବାଦଲ ଛାଇ ରହିଛି। ହାନିଆଙ୍କ ମୃତ୍ୟୁ ପାଇଁ ଉଭୟ ହାମାସ ଏବଂ ଇରାନ ଇସ୍ରାଏଲକୁ ଦାୟୀ କରିଛନ୍ତି। ତେବେ ଏହି ଆକ୍ରମଣ ପଛରେ ହାତ ନ ଥିବା କହି ଇସ୍ରାଏଲ୍ ଏହାକୁ ଅସ୍ୱୀକାର କରିଛି। ଏହାରି ମଧ୍ୟରେ ଖବର ଆସିଛି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହୋଇ ହାନିଆଙ୍କ ମାମଲାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରିପୋର୍ଟ ମୁତାବକ କଥା ହେବା ସମୟରେ ବାଇଡେନ ଚିଡିଯାଇ ନେତାନ୍ୟାହୁଙ୍କୁ କହିଥିଲେ ”ଆପଣ ମୋ ସହିତ ବେକାର କଥା ବନ୍ଦ କରନ୍ତୁ”। ଜୋ ବାଇଡେନଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କୁ ସୂଚନା ଦେଇଛନ୍ତି କି ଇସ୍ରାଏଲ୍ ବନ୍ଧକ ବଦଳରେ ହାମାସ ସହିତ ଅସ୍ତ୍ରବିରତି ଚୁକ୍ତି ସମ୍ପର୍କରେ ଆଲୋଚନା ଜାରି ରଖିଛି ଏବଂ ଖୁବ୍ ଶୀଘ୍ର ଏକ ପ୍ରତିନିଧୀ ଦଳ ପଠାଇବ। ରିପୋର୍ଟ ଅନୁଯାୟୀ, ବାଇଡେନ ନେତାନ୍ୟାହୁଙ୍କ ସହ ବାର୍ତ୍ତାଳାପ ଶେଷ କରି କହିଛନ୍ତି ଯେ ”ସେ ରାଷ୍ଟ୍ରପତିଙ୍କୁ ହାଲୁକାରେ ନିଅନ୍ତୁ ନାହିଁ।” ସୂଚନାଯୋଗ୍ୟ, ଇରାନ ସମର୍ଥନ କରୁଥିବା ସଂଗଠନ (ହିଜବୁଲ ଏବଂ ହୁତି) ସହିତ ଯୁଦ୍ଧର ଭୟ ମଧ୍ୟରେ ବାଇଡେନଙ୍କ ଏହି ମନ୍ତବ୍ୟ ଇସ୍ରାଏଲ-ଆମେରିକା ସହଯୋଗ ପ୍ରସଙ୍ଗରେ ଆସିଛି। ତେବେ ପଶ୍ଚିମ ଏସିଆରେ ଚାଲିଥିବା ବିବାଦରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ଅଛି, କାରଣ ଇରାନ ଏବଂ ତେହେରାନ ସମର୍ଥିତ ଗୋଷ୍ଠୀ ସେମାନଙ୍କର ବହୁ ନେତାଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଛନ୍ତି। ରାଷ୍ଟ୍ରପତି ବାଇଡେନ ୧୩-୧୪ ଏପ୍ରିଲ ରାତିରେ ଇରାନର ଅଦୃଶ୍ୟ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣକୁ ରୋକିବାରେ ସାହାଯ୍ୟ କରିବାକୁ ଆଞ୍ଚଳିକ ଶକ୍ତିଗୁଡ଼ିକୁ ଏକତ୍ର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ