Tuesday, August 4, 2026
31.6 C
Odisha

    ଇଲେକ୍ଟ୍ରୋନିକ୍ ଚିପ୍ସ କମ୍ପାନୀରେ ଅଗ୍ନିକାଣ୍ଡ, ୨ ଅଗ୍ନିସେବା କର୍ମଚାରୀ ମୃତ ଓ ୩ ଆହତ

    ଆଗକୁ ପଢନ୍ତୁ

    ନୋଏଡା  : ଗ୍ରେଟର ନୋଏଡାର ଇକୋଟେକ୍-୩ରେ ଥିବା ଏକ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୩ ଜଣ ଆହତ ହୋଇଛନ୍ତି । କାନ୍ଥ ଏବଂ ବିମ୍ ଭୁଶୁଡ଼ି ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

    ସୂଚନାନୁଯାୟୀ, ଇକୋଟେକ୍-୩ ସ୍ଥିତ ILGIM କମ୍ପାନୀରେ ସୋମବାର ଏବଂ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଦୁର୍ଘଟଣା ଘଟିଛି । ଏହି କମ୍ପାନୀରେ ଇଲେକ୍ଟ୍ରୋନିକ୍ ଚିପ୍ସ ତିଆରି କରାଯାଏ । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭାଇବା ସମୟରେ ଗୋଟିଏ ପାର୍ଶ୍ବର କାନ୍ଥ ଏବଂ ଏକ ଲୁହା ବିମ୍ ହଠାତ୍ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଅଗ୍ନିସେବା କର୍ମଚାରୀ ଭଗ୍ନାବଶେଷ ତଳେ ଫସି ଯାଇଥିଲେ ।

    ଅନ୍ୟପଟେ ଏହି ଦୁର୍ଘଟଣାରେ ଆହତ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସା ସମୟରେ ଡାକ୍ତର ଅଗ୍ନିଶମ କର୍ମଚାରୀ ରୋହିତ ଯାଦବ ଏବଂ ମୁଖ୍ୟ କନଷ୍ଟେବଳ ଡ୍ରାଇଭର ତିରଥପାଲ ସିଂଙ୍କୁ ମୃତ ଘୋଷଣା କରିଥିଲେ ।  ହେଲେ ଅନ୍ୟ ତିନି ଆହତ ଅଗ୍ନିଶମ କର୍ମଚାରୀଙ୍କ ଅବସ୍ଥା ବିପଦମୁକ୍ତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ଅଧିକାରୀ ଏବଂ SDRF ଦଳ ଉପସ୍ଥିତ ରହିଛନ୍ତି । ଦୁର୍ଘଟଣା ସମ୍ପର୍କରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    31.6 ° C
    31.6 °
    31.6 °
    68 %
    1.5kmh
    81 %
    Tue
    32 °
    Wed
    31 °
    Thu
    27 °
    Fri
    28 °
    Sat
    29 °

    ସମ୍ବନ୍ଧିତ