Wednesday, April 1, 2026
25.1 C
Odisha

    ଇସି ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

    ଆଗକୁ ପଢନ୍ତୁ

    ଦେବଗଡ଼ :  ସିଏଲଏଫ ଓ ଜିପିଏଲଏଫ ତଥା ଇସି ପୁନର୍ଗଠନ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଫଳରେ ଇସିମାନଙ୍କ ମଧ୍ୟରେ ଭାଳେଣି ପଡିବା ସହ ଏହାକୁ ସେମାନେ ବିରୋଧ କରିଛନ୍ତି । ଏଥିସହ ଦେବଗଡ ଜିଲ୍ଲା ମିଶନ ଶକ୍ତି ଫେଡେରେଶନ ପକ୍ଷରୁ ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇ ଏକ ମକଦ୍ଦମା ରୁଜୁ କରାଯାଇଥିବା ବେଳେ ଏହାର ଅନ୍ତରିଣ ଶୁଣାଣି ଆସନ୍ତା ୨୨ ତାରିଖରେ ହେବ ବୋଲି ଜଣାପଡିଛି । ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଇସି ପୁନର୍ଗଠନ ପାଇଁ ପଦକ୍ଷେପ ନିଆଯାଉଥିବାରୁ ଏହାକୁ ବିରୋଧ କରି ଶନିବାର ଦେବଗଡ ଜିଲ୍ଲା ମିଶନ ଶକ୍ତି ଫେଡେରେସନର ବହୁ ସଦସ୍ୟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଇସି ପୁନର୍ଗଠନ ପ୍ରକ୍ରିୟାକୁ ଉଚ୍ଚ ନ୍ୟାୟାଳୟଙ୍କ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଇସିମାନଙ୍କର ଅଭିଯୋଗ ଅନୁଯାୟୀ ପୂର୍ବ ସରକାର ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ସହଜ କିସ୍ତି ଋଣରେ ସ୍କୁଟି ପ୍ରଦାନର ବ୍ୟବସ୍ଥା କରିଥିଲେ । ଇତିମଧ୍ୟରେ ନୂତନ ସରକାର ଇସି ପୁନର୍ଗଠନ ପାଇଁ ନିଷ୍ପତି ନେଇଛନ୍ତି । ତେବେ ସେମାନେ ଚାରି ବର୍ଷୀଆ କିସ୍ତିରେ ସ୍କୁଟି ନେଇଥିବାରୁ ଆହୁରୀ ୨ ବର୍ଷର ଋଣ କିସ୍ତି ବାକି ରହିଛି । ଅନ୍ୟପକ୍ଷରେ ସେମାନଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଋଣ ପରିଶୋଧ କରିବା ନେଇ ସେମାନେ ଚିନ୍ତିତ ହୋଇ ପଡିଛନ୍ତି । ଏହାକୁ ବିଚାର କରି ସରକାର ତୁରନ୍ତ ପୁନର୍ଗଠନ ନକରି ସେମାନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବା ଉଚିତ ବୋଲି ସେମାନେ ଦାବି କରି ଆସୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    37 %
    1kmh
    14 %
    Wed
    39 °
    Thu
    40 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ