Friday, October 2, 2026
22.2 C
Odisha

    ସେନା କର୍ମଚାରୀଙ୍କ ପରଲୋକ : ଗାର୍ଡ ଅଫ ଅନର ଦେଇ ଶେଷକୃତ୍ୟ ସମ୍ପନ୍ନ

    ଆଗକୁ ପଢନ୍ତୁ

    ପାଟଣା   :  କେଉଁଝର ଜିଲ୍ଲା ପାଟଣା ଥାନା ଉଦୟପୁର ଉପର ସାହିର ସେନା କର୍ମଚାରୀ ତଥା ନାଏବ ସୁବେଦାର ହରିଶ୍ଚନ୍ଦ୍ର ସେଠୀ(୪୬)ଙ୍କ ଶୁକ୍ରବାର ନୂଆଦିଲ୍ଲୀ ଆରଆର ହସ୍ପିଟାଲରେ ମୃତ୍ୟୁ ହୋଇଛି। ସେ ମୁଖ ଗହର କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଶନିବାର ପାର୍ଥିବ ଶରୀର ଗାଁରେ ପହଂଚିବା ପରେ ପାଟଣା, ସାହାରପଡ଼ା ଭେଟେରାନ ୱେଲ ଫେଆର ଆସୋସିଏଶନ ପକ୍ଷରୁ ଶୋଭାଯାତ୍ରାରେ ମୃତଦେହ ବୈତରଣୀ ନଦୀକୂଳକୁ ନିଆ ଯାଇଥିଲା। ଅର୍ମୀର ବାଲେଶ୍ବର ହେଡ୍‌ କ୍ୱାର୍ଟର ଆର୍ମୀ ଅଫିସର ଓ କର୍ମଚାରୀମାନେ ଗାର୍ଡ ଅଫ ଅନର ଦେଇଥିଲେ। ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଭଣଜା ସିଦ୍ଧାର୍ଥ ବେହେରା ମୁଖଗ୍ନି ଦେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ବୈଜୟନ୍ତୀ, ବଡ଼ ଝିଅ ଦିବ୍ୟାସୀ ପ୍ରିୟଦର୍ଶନୀ ଓ ସାନ ଝିଅ ତ୍ରିଶା ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ, ସାହାରପଡ଼ା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଗୌତମ ନାଏକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ପାଟଣା ଥାନା ପକ୍ଷରୁ ଏଏସ୍‌ଆଇ ଧନେଶ୍ୱର ପାତ୍ର, ପାଟଣା, ସାହାରପଡ଼ା ଭେଟରାନ ୱେଲ ଫେୟାର ଆସୋସିଏଶନର ସଭାପତି କ୍ୟାପଟେନ ଉପେନ୍ଦ୍ର ମହାନ୍ତ, ସମ୍ପାଦକ ସୁବେଦାର ନାରାୟଣ ବାରିକ, ନାଏବ ସବେଦାର ଭରତଚନ୍ଦ୍ର ମହାନ୍ତ, ପୂର୍ବତନ ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ଉଦୟପୁର ସରପଞ୍ଚ ଲଳିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ