Friday, March 21, 2025
35 C
Odisha

    ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ସାକ୍ଷାତ କଲେ ସାଂସଦ ଅନନ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେନ୍ଦୁଝର ସାଂସଦ ଅନନ୍ତ ନାୟକ ଆଜି ନୂଆଦିଲ୍ଲୀ ଠାରେ ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀଙ୍କ ସହିତ ସାକ୍ଷାତ କରିଛନ୍ତି । ଏହି ଅବସରରେ ନାୟକ ଓଡ଼ିଶା ଖଣିଜ ବିକାଶ କମ୍ପାନୀ (ଓ.ଏମ.ଡି.ସି.) କର୍ମଚାରୀଙ୍କର ଗୁରୁତର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏଏମଡିସି କମ୍ପାନୀ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆର.ଆଇ.ଏନ୍.ଏଲ.) ର ସହଯୋଗୀ କମ୍ପାନୀ ଅଟେ।

    ଏହି ପତ୍ରରେ ନାୟକ ଓଏମଡିସି କର୍ମଚାରୀ ବିଶେଷ ଭାବେ ଜନଜାତୀୟ ବର୍ଗର କର୍ମଚାରୀମାନଙ୍କର ଗୁରୁତର ଆର୍ଥିକ ସମସ୍ୟା ଗୁଡିକ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି ଯେଉଁମାନଙ୍କୁ ଗତ ୭-୮ ମାସ ଧରି ବେତନ ମିଳିନାହିଁ । ଏହି କାରଣରୁ ଏହି କର୍ମଚାରୀମାନେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ବେତନ ମିଳିବାରେ ବିଳମ୍ବ କାରଣରୁ ସେମାନେ ଆନ୍ଦୋଳନ କରୁଛନ୍ତି ଓ ଗତ ଦୁଇ ମାସରୁ ଧର୍ମଘଟ କରୁଛନ୍ତି । ଏହି କାରଣରୁ ଇସ୍ପାତ ମନ୍ତ୍ରଣାଳୟର ହସ୍ତକ୍ଷେପର ଆବଶ୍ୟକତା ବଢି ଯାଇଛି ବୋଲି ନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।ନାୟକ ତାଙ୍କ ପତ୍ରରେ କହିଛନ୍ତି ଯେ ଏହି କମ୍ପାନୀର ପ୍ରତିଷ୍ଠା ୧୯୧୮ ମସିହାରେ ହୋଇଥିଲା ଓ ଏହା ଦେଶର ସବୁଠାରୁ ପୁରୁଣା ରାଷ୍ଟ୍ରାୟତ ଉଦ୍ୟୋଗ ମଧ୍ୟରୁ ଅନ୍ୟତମ । ୨୦୧୧ ମସିହାରେ ଏହା ଆରଆଇଏନଏଲର ସହାୟକ କମ୍ପାନୀ ହୋଇଥିଲା । ଓଡିଶାର କେନ୍ଦୁଝର ଜିଲ୍ଲାରେ ଏହି କମ୍ପାନୀ ୬ ଲୌହ ଓ ମାଙ୍ଗାନିଜ ଖଣିର ପରିଚାଳନା କରିଥାଏ । ତେବେ ବିଭିନ୍ନ ଅପରେସନାଲ ଓ ନିୟାମକ ସମସ୍ୟା କାରଣରୁ ଏହି ଖଣି ଗୁଡିକର ପରିଚାଳନା ଅନେକ ସମୟ ଧରି ବନ୍ଦ ପଡି ରହିଛି । ତେବେ ଭଦ୍ରାସାହୀ ଲୌହ ଓର ଖଣି ୨୦୨୪ରୁ ପୁଣି ଥରେ ପରିଚାଳିତ ହେବା ଆରମ୍ଭ ହୋଇଛି ଓ ବେଲକୁଣ୍ଡି ଲୌହ ଓ ଆଇରନ ଖଣି ଆଗାମୀ ଦୁଇ ମାସ ମଧ୍ୟରେ ପୁଣି ଆରମ୍ଭ ହେବାର ସମ୍ଭାବନା ରହିଛି । କର୍ମଚାରୀ ମାନଙ୍କୁ ତାଙ୍କର ବକେୟା ବେତନ ପ୍ରଦାନ କରାଯାଇ ନାହିଁ । ଏହା ବାଦ କେନ୍ଦୁଝର ଜିଲ୍ଲାର ଠାକୁରାଣୀ ଠାରେ ସ୍ଥିତ ସ୍ପଂଜ ପ୍ଲାଂଟ ୨୦୧୩ରୁ ନନ ଅପରେସନାଲ ରହିଛି ଓ ଏହି କାରଣରୁ କର୍ମଚାରୀ ମାନଙ୍କର ଆର୍ଥିକ ସ୍ଥିତି ଆହୁରି ଖରାପ ହୋଇଯାଇଛି ।ଶ୍ରୀ ନାୟକ ମନ୍ତ୍ରୀ କୁମାରସ୍ୱାମୀଙ୍କୁ କର୍ମଚାରୀ ମାନଙ୍କର ବକେୟା ବେତନକୁ ଯଥାଶୀଘ୍ର ପ୍ରଦାନ କରାଇବା ସୁନିଶ୍ଚିତ କରିବାକୁ ନିବେଦନ କରିଛନ୍ତି । ଏହା ବାଦ ସେ ଓଏମଡିସିର ଖଣି ଓ ସ୍ପଂଜ ପ୍ଲାଂଟର ପରିଚାଳନାରୁ ଆସୁଥିବା ବାଧାକୁ ଦୂର କରିବାକୁ ଆବଶ୍ୟକୀୟ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଏହା ସହିତ ସାଂସଦ ନାୟକ ପ୍ରଭାବିତ କର୍ମଚାରୀ ମାନଙ୍କର ପାଇଁ ଅନ୍ୟ ଆବଶ୍ଯକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଯଦ୍ୱାରା କର୍ମଚାରୀ ମାନଙ୍କର ଆର୍ଥିକ ସମସ୍ୟାକୁ ଦୂର କରାଯାଇ ପାରିବ । ସାଂସଦ ଶ୍ରୀ ନାୟକ ସ୍ଥିତିର ଗୁରୁତ୍ୱକୁ ରେଖାଙ୍କିତ କରି କହିଛନ୍ତି ଯେ କର୍ମଚାରୀ ମାନଙ୍କର ମଧ୍ୟରେ ଅସନ୍ତୋଷ ବଢୁଥିବା କାରଣରୁ ଏହି ମାମଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇଯାଇଛି । କେନ୍ଦ୍ର ମନ୍ତ୍ରୀ କୁମାରସ୍ୱାମୀ ଏହି ପ୍ରସଙ୍ଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କର୍ମଚାରୀ ମାନଙ୍କ ସମସ୍ୟାକୁ ଦୂର କରିବେ ବୋଲି ଶ୍ରୀ ନାୟକ ଆଶା ବ୍ୟକ୍ତ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35 ° C
    35 °
    35 °
    19 %
    1.4kmh
    1 %
    Fri
    38 °
    Sat
    27 °
    Sun
    33 °
    Mon
    37 °
    Tue
    38 °

    ସମ୍ବନ୍ଧିତ