Saturday, June 20, 2026
27 C
Odisha

    ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଅସ୍ତ୍ରବିରତି

    ଆଗକୁ ପଢନ୍ତୁ

    ତେଲଅଭିଭ : ଦକ୍ଷିଣ ଲେବାନନ୍‌ରେ ଶୁକ୍ରବାର ରକ୍ତାକ୍ତ ସଂଘର୍ଷ ଏବଂ ସାମରିକ ଉତ୍ତେଜନା ଦେଖାଦେଇଛି । ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ହୋଇଥିବା ଏହି ସଂଘର୍ଷ ପରେ ଉଭୟ ପକ୍ଷ ଅସ୍ତ୍ରବିରତି ଚୁକ୍ତିରେ ସମ୍ମତ ହୋଇଥିବା ଜଣାପଡ଼ିଛି । ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଆମେରିକା ଏବଂ କାତାରର ମଧ୍ୟସ୍ଥତା ତଥା ଇରାନର ସହଯୋଗରେ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସମ୍ଭବ ହୋଇଛି । ଅସ୍ତ୍ରବିରତି ପୂର୍ବରୁ ଗତ ୨୪ ଘଣ୍ଟା ମଧ୍ୟରେ ସୀମାରେ ଭୟଙ୍କର ଯୁଦ୍ଧ ଦେଖିବାକୁ ମିଳିଥିଲା । ଇସ୍ରାଏଲର ବିମାନ ଆକ୍ରମଣରେ ଲେବାନନ୍‌ରେ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହିଜବୁଲ୍ଲାର ଜବାବୀ ଆକ୍ରମଣରେ ୪ ଜଣ ଇସ୍ରାଏଲୀ ସୈନ୍ୟ ପ୍ରାଣ ହରାଇଥିଲେ । ଏହି ହିଂସା ଯୋଗୁଁ ସୁଇଜରଲ୍ୟାଣ୍ଡରେ ହେବାକୁ ଥିବା ଆମେରିକା-ଇରାନ ମଧ୍ୟରେ ସମ୍ମୁଖ ଆଲୋଚନାକୁ ସାମୟିକ ଭାବେ ବାତିଲ କରିବାକୁ ପଡ଼ିଛି । ଆମେରିକାର ଉପ-ରାଷ୍ଟ୍ରପତି ଜେଡି. ଭାନ୍ସ ମଧ୍ୟ ତାଙ୍କର ଏହି ଗସ୍ତକୁ ସ୍ଥଗିତ ରଖିଛନ୍ତି ।
    ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ-ଲେବାନନ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଛି । ଇସ୍ରାଏଲର ଦକ୍ଷିଣପନ୍ଥୀ ମନ୍ତ୍ରୀ ଇଟାମାର ବେନ୍ ଗଭୀର ‘ସମ୍ପୂର୍ଣ୍ଣ ଲେବାନନ୍ ଜଳିବା ଦରକାର । ପ୍ରତ୍ୟୋକ ଇସ୍ରାଏଲି ମା’ର ଲୁହ ବଦଳରେ ହଜାରେ ଲେବାନନୀ ମା’ କାନ୍ଦିବା ଉଚିତ୍‌’ ବୋଲି ସାଂଘାତିକ ମନ୍ତବ୍ୟ ଦେଇଥିଲେ । ଇରାନର ବୈଦେଶିକ ମନ୍ତ୍ରୀ ଅଽାସ ଆରାଘଚି ଏହି ମନ୍ତବ୍ୟର କଡ଼ା ସମାଲୋଚନା କରିଛନ୍ତି । ଆରାଘଚି ଇସ୍ରାଏଲକୁ ‘ସ୍ଥାୟୀ ଯୁଦ୍ଧ’ର ଅନ୍ୱେଷଣ କରୁଥିବା ଏକ ବିପଜ୍ଜନକ ଦେଶ ଭାବେ ଅଭିହିତ କରିଛନ୍ତି । ଇରାନର ମୁଖ୍ୟ ବୁଝାମଣାକାରୀ ମହମ୍ମଦ ବାଘେର ଘାଲିବାଫ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ସହ କୌଣସି ବି ଆଲୋଚନା ଇରାନର ‘ରେଡ୍ ଲାଇନ’ ମଧ୍ୟରେ ରହିବ । ଏହା ଇରାନ ସର୍ତ୍ତରେ ଇରାନର ହିତ ପାଇଁ ହେବ । ସେ ଚେତାବନୀ ଦେଇ କହିଛନ୍ତି, \”ଆମର ଆଙ୍ଗୁଠି ଟ୍ରିଗର ଉପରେ ରହିଛି’ ଏବଂ ଶତ୍ରୁର ଯେକୌଣସି ଅତିରିକ୍ତ ଆକ୍ରମଣର କଠୋର ଜବାବ ଦିଆଯିବ । ବର୍ତ୍ତମାନ ପାଇଁ ଅସ୍ତ୍ରବିରତି ଲାଗୁ ହୋଇଥିଲେ ହେଁ, ପଶ୍ଚିମ ଏସିଆରେ ସ୍ଥାୟୀ ଶାନ୍ତି ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଆଗାମୀ ୬୦ ଦିନର ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27 ° C
    27 °
    27 °
    76 %
    1.7kmh
    100 %
    Fri
    27 °
    Sat
    38 °
    Sun
    35 °
    Mon
    35 °
    Tue
    39 °

    ସମ୍ବନ୍ଧିତ