Saturday, August 1, 2026
29.9 C
Odisha

    ବଳଙ୍ଗାରେ ବେଆଇନ ବାଲିଘାଟ ଉପରେ ବଡ଼ ଚଢ଼ାଉ, ୧୮ ହାଇୱା ଓ ୨ ଜେସିବି ଜବତ

    ଆଗକୁ ପଢନ୍ତୁ

    ଗୋପ : ବଳଙ୍ଗାରେ ବଡ଼ ଧରଣର ରେଡ ବେଆଇନ ବାଲି ଘାଟ ଉପରେ ଚଢ଼ାଉ ହୋଇଛି । ପୁରୀ ଖଣି ବିଭାଗ ଓ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ବଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀର ତେରହଳ ଅଞ୍ଚଳରେ ଚାଲୁଥିବା ବେଆଇନ ବାଲି ଘାଟ ଉପରେ ବିଳମ୍ବିତ ରାତିରେ ବଡ଼ ଧରଣର ଚଢ଼ାଉ କରାଯାଇଛି । ଏହି ଅଭିଯାନ ସମୟରେ ୧୮ଟି ବାଲି ବୋଝେଇ ହାଇୱା ଓ ୨ଟି JCB ଜବତ କରାଯାଇଥିବା ସୂଚନା ମିଳିଛି ।

    ସେହିପରି ଘଟଣାସ୍ଥଳରୁ ୧୦ରୁ ଅଧିକ ଲୋକଙ୍କୁ ବଳଙ୍ଗା ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ତେରହଳ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନ ବାଲି ଉତ୍ତୋଳନ ଓ ପରିବହନ ଚାଲୁଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ରହିଥିଲା । ଅବଶେଷରେ ପ୍ରଶାସନର ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପରେ ସମଗ୍ର ବଳଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.9 ° C
    29.9 °
    29.9 °
    72 %
    1.6kmh
    95 %
    Sat
    29 °
    Sun
    31 °
    Mon
    31 °
    Tue
    31 °
    Wed
    30 °

    ସମ୍ବନ୍ଧିତ