ସୋର: ଉଈ ହୁଙ୍କାରୁ ବାହାରି ଥିଲେ ମହର୍ଷି ବାଲ୍ମୀକି ମୁନୀ । ସମାୟାନୁକ୍ରମେ ଗ୍ରାମବାସୀମାନେ ବାଳଙ୍ଗ ମୁନୀ ନାମରେ ନାମ କରଣ କରି ପ୍ରତି ମକର ସଂକ୍ରାନ୍ତିରେ ବାଳଙ୍ଗ ମୁନିଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ବ୍ଳକ ବାଳଙ୍ଗ ଠାରେ ପ୍ରତିବର୍ଷ ଏଠାରେ ପୁରାଣ ପ୍ରସିଦ୍ଧ ମେଳା ଆରମ୍ଭ ହୋଇଥାଏ । ଏଠାରେ ମାନସିକଧାରିମାନେ ଵିଭିନ୍ନ ମାନସିକ ରଖିଲେ ମନଷ୍କାମନା ପୂରଣ ହେବା ପରେ ମାଟି ନେଇ ୫୦ ଫୁଟ ଉଚ୍ଚରେ ଥିବା ଉଇ ହୁଙ୍କା ଉପରେ ରଖିଥାନ୍ତି ।
ଉଇହୁଙ୍କା ଉପରେ ମୁନିଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଲମ୍ବା ଧାଡ଼ିରେ ଭକ୍ତମାନେ ଯାଇ, ୫୦ ଫୁଟ ଉଚ୍ଚରେ ଥିବା ବାଳଙ୍ଗ ମୁନୀଙ୍କ ପୂଜାର୍ଚ୍ଚନା କରିବା ସହିତ ଭୋଗ ଲଗାଇଥାନ୍ତି। ଭକ୍ତମାନେ ଯାହା ମାନସିକ ରଖନ୍ତି ବାଳଙ୍ଗ ମୁନୀ ପୂରଣ କରନ୍ତି ବୋଲି ବିଶ୍ବାସ ଅଛି । ସେଥିପାଇଁ ବାଲେଶ୍ବର, ଭଦ୍ରକ, ଭୁବନେଶ୍ୱର, କଟକ, ସହିତ ବିଭିନ୍ନ ସ୍ଥାନରୁ ମଧ୍ୟ ଭକ୍ତମାନେ ଏଠାକୁ ଆସି ନିଜକୁ ଧନ୍ୟ ମନେ କରିଥାନ୍ତି ।
ସେହିପରି ଏହି ବାଳଙ୍ଗ ମୁନି ନିକଟରେ ଗଡ଼ି ଉଠିଛି ଅନ୍ୟ ଏକ ଆଧ୍ୟାତ୍ମିକ ସ୍ଥଳ । ମୁଗୁନି ପଥରରେ ୫୭ଫୁଟ ଲମ୍ବର ଏକ ହନୁମାନଙ୍କ ମୂର୍ତ୍ତି ଗଢ଼ାଯାଇଛି । ତେବେ ମୂର୍ତ୍ତି ପାଇଁ ମୟୂରଭଞ୍ଜ ଜିଲ୍ଲା ଖିଚିଂରୁ ଆସିଥିଲା ମୁଗୁନିପଥର । ତେବେ ଜଙ୍ଗଲ ଭିତରେ ଥିବା ଏହି ଉଈ ହୁଙ୍କା ବେଶ ମନୋରମ ଦେଖାଯାଏ । ଏହା ସହିତ ଏଠାକାର ଏହି ଲୋକକଥା ବେଶ ମନ ଛୁଆଁ । ପୁରାଣ କଥା ଅନୁସାରେ ଜଙ୍ଗଲ ଭିତରେ ମହର୍ଷି ବାଲ୍ମୀକି ଏଠାରେ ଉଈ ହୁଙ୍କାରୁ ବାହାରିଥିଲେ । ସେବେଠାରୁ ଗ୍ରାମବାସୀମାନେ ବାଳଙ୍ଗ ମୁନୀଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି ।

