Friday, April 3, 2026
33.6 C
Odisha

    ଉଚ୍ଚଶିକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, କଲେଜ ଓ ବିଶ୍ୱବିଦ୍ୟାଳୟରେ ବଢିବ ମାନବ ସମ୍ବଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଉଚ୍ଚଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏହାକୁ ସୁଦୃଢ କରିବା ଲାଗି ନିଆଯାଉଛି ବିଭିନ୍ନ ପଦକ୍ଷେପ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ମାନବସମ୍ବଳ ବୃଦ୍ଧି ପାଇବ। ଏଥିପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢା ଗୁଣାତ୍ମକ, ସୁନିଶ୍ଚିତ କରିବା ଲାଗି ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ବଢାଯିବ। ଶିକ୍ଷକ-ଛାତ୍ର ଅନୁପାତ ସବୁ ସମୟରେ ଯେପରି ଠିକ୍ ରହିବ ତାକୁ ଦୃଷ୍ଟି ଦିଆଯିବ। ଏଥିପାଇଁ ଅତିରିକ୍ତ ଭାବେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି।

    ବିଶ୍ୱବିଦ୍ୟାଳୟରେ ଅଧ୍ୟାପକମାନେ ଯେପରି ପିଏଚଡି କରିବେ ତାକୁ ବାଧ୍ୟତାମୂଳକ କରାଯିବ। ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ରେ ଏପରି ଯୋଜନା କରାଯାଇଛି। ୨୦୩୬ ସୁଦ୍ଧା ରାଜ୍ୟରେ ଅତିରିକ୍ତ ୧୬ ହଜାର ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ। କେବଳ ଏଠାରେ ନିଯୁକ୍ତି ଦିଆଯିବନି ଗୁଣାତ୍ମକ ପାଠପଢା ପାଇଁ ଶିକ୍ଷାଦାନ ଢାଞ୍ଚାରେ ପରିବର୍ତ୍ତନ କରାଯିବ। ଅଧ୍ୟାପକଙ୍କ ତାଲିମ ଓ ପ୍ରଶିକ୍ଷଣକୁ ସୁଦୃଢ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ