Tuesday, January 27, 2026
30.8 C
Odisha

    ଉଡ଼ାଣ ଭରିବାକୁ ଚେଷ୍ଟା କରୁଥିବା ବିମାନ ବରଫ ଝଡ଼ ଯୋଗୁଁ ହୋଇଥିଲା ଦୁର୍ଘଟଣାଗ୍ରସ୍ତ, ୭ ମୃତ

    ଆଗକୁ ପଢନ୍ତୁ

    ଆମେରିକା : ଆମେରିକାର ଘରୋଇ ବିମାନ ବରଫ ଝଡ଼ ଯୋଗୁ ଦୁର୍ଘଟଣାଗ୍ରସ୍ତ ହେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ମାଇନ ବାଙ୍ଗର୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ଘରୋଇ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ୮ ଜଣ ରହିଥିଲେ, ସେଥିରୁ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ କ୍ରୁ ସଦସ୍ୟ ଗୁରୁତର ଅଛନ୍ତି ବୋଲି ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) କହିଛି । ବମ୍ବାର୍ଡିୟର୍ ଚ୍ୟାଲେଞ୍ଜର ୬୦୦ ବିମାନରେ ୮ ଜଣ ଯାତ୍ରୀ ଥିଲେ । ଗତକାଲି ରାତିରେ ଉଡାଣ ଭରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

    ନ୍ୟୁ ଇଂଲଣ୍ଡ ଏବଂ ଦେଶର ଅନେକ ଅଞ୍ଚଳରେ ଏକ ବିଶାଳ ଶୀତ ଝଡ଼ ହେବା ବେଳେ ବୋଷ୍ଟନ୍ଠାରୁ ପ୍ରାୟ ୨୦୦ ମାଇଲ୍ ଉତ୍ତରରେ ଥିବା ଏହି ବିମାନବନ୍ଦରରେ ଦୁର୍ଘଟଣା ହୋଇଥିଲା । ଫେଡେରାଲ୍ କର୍ତ୍ତୃପକ୍ଷ ଏବଂ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲର୍ ରେକର୍ଡିଙ୍ଗ୍ ଅନୁଯାୟୀ, ଟେକ୍ଅଫ୍ ପାଇଁ ଚେଷ୍ଟା କରିବା ସମୟରେ ଜେଟ୍ଟି ଓଲଟି ପଡ଼ି ଜଳି ଯାଇଥିଲା । ବିମାନଟି ରାତି ପ୍ରାୟ ୭ ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ଏବଂ ନ୍ୟାଶନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ ଏହି ବିମାନ ଦୁର୍ଘଟଣାକୁ ତଦନ୍ତ କରୁଛନ୍ତି ।

    ଆମେରିକାରେ ଦେଖାଦେଇଛି ଭୟଙ୍କର ଶୀତକାଳୀନ ଝଡ଼ । ଉତ୍ତର-ପୂର୍ବରେ ପ୍ରବଳ ତୁଷାରପାତ ଏବଂ ଦକ୍ଷିଣ ରାଜ୍ୟଗୁଡ଼ିକରେ ପ୍ରବଳ ଥଣ୍ଡା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଥଣ୍ଡାରେ କମ୍ପୁଛନ୍ତି । ବିଭିନ୍ନ ରାଜ୍ୟରୁ ମିଳିଥିବା ରିପୋର୍ଟ ଅନୁସାରେ, ଏହି ଝଡ଼ ଜନିତ ମୃତ୍ୟୁ ସଂଖ୍ୟା ଅତି କମରେ ୩୦ ରେ ପହଞ୍ଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    22 %
    2.5kmh
    1 %
    Tue
    29 °
    Wed
    32 °
    Thu
    32 °
    Fri
    32 °
    Sat
    33 °

    ସମ୍ବନ୍ଧିତ