Wednesday, April 8, 2026
22.9 C
Odisha

    ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦୁଇ ଦିନ ପରେ ଭୁବନେଶ୍ବରରେ ‘ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା-୨୦୨୫’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନତା ମଇଦାନରେ ଆୟୋଜିତ ୨ ଦିନିଆ ମେଗା କାର୍ଯ୍ୟକ୍ରମରେ ଶିଳ୍ପ ଜଗତର ଜଣାଶୁଣା ଚେହେରା ଯୋଗ ଦେବେ। ରାଜ୍ୟର ସ୍ଥାୟୀ ଅଭିବୃଦ୍ଧିକୁ ଅଗ୍ରଗତି କରିବାର ଲକ୍ଷ୍ୟ ନେଇ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବିକଶିତ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ବେଶ ସହାୟକ ହେବ ବୋଲି ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶନିବାର ଅପରାହ୍‌ଣରେ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା-୨୦୨୫’କୁ ଜାନୁଆରି ୨୮ ତାରିଖ ଦିନ ଉଦ୍‌ଘାଟନ କରିବେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ଯୋଗ ଦେବେ। ଶିଳ୍ପମନ୍ତ୍ରୀ କହିଛନ୍ତି, ଭାରତର ଶିଳ୍ପ ବିଳ୍ପବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ ଅଛି। ୭ ମାସ ମଧ୍ୟରେ ୧୫୯ ଶିଳ୍ପକୁ ଆମେ ମଞ୍ଜୁରୀ ଦେଇଛୁ। ରାଜ୍ୟକୁ ଏପର୍ଯ୍ୟନ୍ତ ୨ ଲକ୍ଷ ୭୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି। ଏହା ଦ୍ବାରା ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରଖିଛୁ। ଏମଓୟୁ କରିବା ଓ ଗ୍ରାଉଣ୍ଡିଂ କରିବା ଭିନ୍ନ କଥା ଆମେ ଯେତିକି ଏମଓୟୁ କରିବୁ ଗ୍ରାଉଣ୍ଡିଂ ବି କରିବୁ। ଯେଉଁ ଶିଳ୍ପ ଜମି ନେଇ ଶିଳ୍ପ କରି ନାହାନ୍ତି ଆମେ ତାଙ୍କୁ ଚାପ ସୃଷ୍ଟି କରି ଶିଳ୍ପ ପ୍ରତିଷ୍ଠା ଚେଷ୍ଟା କରୁଛୁ। ଯେଉଁମାନେ ଶିଳ୍ପ କରିବେ ନାହିଁ ଆକ୍ସନ ହେବ। ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା-୨୦୨୫’ରେ ଯୋଗ ଦେବା ପାଇଁ ୭୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି। ଏହି ସମାରୋହରେ ୧୬ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗଦେବେ। ଏସ୍‌ଏଲ୍‌ ମିତ୍ତଲ, ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି ବି ନରେନ୍ଦ୍ରନ ଭଳି ଜଣାଶୁଣା ଶିଳ୍ପପତି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିବେ। ସିଙ୍ଗାପୁର, ମାଲେସିଆ, ଅଷ୍ଟ୍ରେଲିଆ, ଭିଏତନାମ ଇଟାଲୀ, ବେଲାରୁସ, ୟୁକେ ପରି ୧୬ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ। ଉତ୍କର୍ଷ ଓଡ଼ିଶାରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି। ନୂଆ ସରକାରର ୭ ମାସ ମଧ୍ୟରେ ୧୫୯ ଶିଳ୍ପକୁ ଅନୁମୋଦନ ମିଳିଛି। ୨ ଲକ୍ଷ ୭୫ ହଜାର କୋଟି ପୁଞ୍ଜି ନିବେଶ ଆସିଛି ଓଡ଼ିଶା। ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ