ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଉତ୍କଳ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା। ଏହି ଦିବସ ଓଡ଼ିଶାର ସମୃଦ୍ଧ ସଂସ୍କୃତି ପ୍ରତି ଏକ ଉପଯୁକ୍ତ ସମ୍ମାନ । ଓଡ଼ିଶାର ଇତିହାସ, ସାହିତ୍ୟ ଓ ସଂଗୀତକୁ ନେଇ ଭାରତ ଗର୍ବିତ। ଓଡ଼ିଶାର ଲୋକମାନେ କଠିନ ପରିଶ୍ରମୀ ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି । ଗତ ଏକ ବର୍ଷ ଧରି କେନ୍ଦ୍ର ଏବଂ ଓଡ଼ିଶା ସରକାର ରାଜ୍ୟର ଆହୁରି ପ୍ରଗତି ପାଇଁ ବ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଏକ୍ସ’ରେ ଲେଖିଛନ୍ତି ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ! ଏହି ଦିବସ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ନାନା କ୍ଷେତ୍ରରେ ଓଡ଼ିଶାବାସୀଙ୍କ ଉଲ୍ଲେଖନୀୟ ଅବଦାନକୁ ମନେ ପକାଇବାର ଏକ ସୁନ୍ଦର ଅବକାଶ । ବେଶ୍ ମେଳାପି ଓ ଅତିଥିବତ୍ସଳ ଓଡ଼ିଶାବାସୀ ଆପଣାର ଗୌରବମୟ ପରମ୍ପରାକୁ ଉଜ୍ଜୀବୀତ ରଖି ଓଡ଼ିଶାର ଉନ୍ନତି ନିମନ୍ତେ କଠିନ ପରିଶ୍ରମ କରିଆସିଛନ୍ତି । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଗୁରୁତୂପୂର୍ଣ୍ଣ ଥିଲା ଏବଂ ଆଧୁନିକ ଭାରତର ଅନେକ ବିନ୍ଧାଣିଙ୍କୁ ଏହି ରାଜ୍ୟ ଜନ୍ମ ଦେଇଛି । ଓଡ଼ିଶାର ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଅଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଉତ୍କଳ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା। ଏହି ଦିବସ ଓଡ଼ିଶାର ସମୃଦ୍ଧ ସଂସ୍କୃତି ପ୍ରତି ଏକ ଉପଯୁକ୍ତ ସମ୍ମାନ । ଓଡ଼ିଶାର ଇତିହାସ, ସାହିତ୍ୟ ଓ ସଂଗୀତକୁ ନେଇ ଭାରତ ଗର୍ବିତ। ଓଡ଼ିଶାର ଲୋକମାନେ କଠିନ ପରିଶ୍ରମୀ ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି । ଗତ ଏକ ବର୍ଷ ଧରି କେନ୍ଦ୍ର ଏବଂ ଓଡ଼ିଶା ସରକାର ରାଜ୍ୟର ଆହୁରି ପ୍ରଗତି ପାଇଁ ବ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ଓଡ଼ିଶାର ମୋର ଭାଇ-ଭଉଣୀ ତଥା ସମଗ୍ର ବିଶ୍ୱର କୋଣ ଅନୁକୋଣରେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କରୁଥିବା ଓଡ଼ିଆ ସମୁଦାୟଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭକାମନା । ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଆମ ଓଡ଼ିଶା ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରାପ୍ତ ହେବାର ଗୌରବ ଲାଭ କରିଥିଲା । ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଏବଂ ଓଡ଼ିଆ ସଂସ୍କୃତିକୁ ଉଚିତ୍ ପରିଚୟ ଦେବା ପାଇଁ ସଂଘର୍ଷ କରିବା ସହ ବଳିଦାନ ଦେଇଥିବା ସମସ୍ତ ମହାପୁରୁଷଙ୍କୁ ମୋର ପ୍ରଣାମ । ଆଜିର ଦିନ ଆମକୁ ଓଡ଼ିଶାର କଳା, ସଂସ୍କୃତି, ଜ୍ଞାନ, ଶୌର୍ଯ୍ୟ, ବଳିଦାନ ଓ ଗୌରବମୟ ଇତିହାସ ଉପରେ ଗର୍ବ କରିବା ସହ ଆମର ସାଂସ୍କୃତିକ ଗଭୀରତା ସହ ଯୋଡିହେବା, ଓଡ଼ିଶାର ସଂସ୍କୃତିକୁ ବିଶ୍ୱ ମଞ୍ଚରେ ଅଧିକ ସୁଦୁରପ୍ରସାରୀ କରାଇବା ପାଇଁ ପ୍ରେରଣା ଦେଇଥାଏ । ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଆମର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କରିବା ଏବଂ ଓଡ଼ିଶାର ଅଦ୍ୱିତୀୟ ପରିଚୟକୁ ଅଧିକ ମଜଭୂତ୍ କରିବା ପାଇଁ ସଂକଳ୍ପ ନେବା । ବନ୍ଦେ ଉତ୍କଳ ଜନନୀ