Friday, April 3, 2026
33.6 C
Odisha

    ଉତ୍ତମ ନିଦ ପାଇଁ ଲଗାନ୍ତୁ ଏହି ସବୁ ‘ବେଡ୍‌ରୁମ୍‌ ପ୍ଲାଣ୍ଟ୍‌’

    ଆଗକୁ ପଢନ୍ତୁ

    ଆମ ଭିତରୁ ଏମିତି ଅନେକ ଲୋକ ଅଛନ୍ତି ,ଯେଉଁମାନେ ଅଭିଯୋଗ କରନ୍ତି ଯେ ଦିନରେ ଅକ୍ଳାନ୍ତ ପରିଶ୍ରମ କରିବା ସତ୍ତ୍ୱେ , ରାତିରେ ସହଜରେ ନିଦ ଆସେନା। ଏହି ଚିନ୍ତା ବି ବେଳେବେଳେ ମଣିଷକୁ ରୋଗାକ୍ରାନ୍ତ କରି ପକାଇଥାଏ। ଆଉ ଯଦି ଆପଣ ଚାହାଁନ୍ତି ଯେ,ରାତିରେ ଆପଣଙ୍କର ନିଦ ଭଲ ହେଉ ବୋଲି,ତେବେ ଛୋଟିଆ କାମଟିଏ କରନ୍ତୁ। ଯଦି ଆପଣ ନିଜ ବେଡ଼୍‍ରୁମ୍‌ରେ ଚାରା ଲଗାଇବେ,ତେବେ ଏହା ଆପଣଙ୍କୁ ଭଲ ନିଦ ପ୍ରଦାନ କରିବ। ଏଭଳି ଚାରା ଗଛ ହେଲା-ଲେଭେଣ୍ଡର୍‌। ଏହା ଆପଣଙ୍କର ମାନସିକ ଚାପ ଓ ଉତ୍ତେଜନାକୁ ହ୍ରାସ କରିବାରେ ସହାୟକ ହେବ ଓ ଆପଣଙ୍କୁ ସୁନିଦ୍ରା ଆଣିବାରେ ବି ସକ୍ଷମ କରାଇବ।

    ମାନସିକ ଗବେଷଣା ଅନୁଯାୟୀ ଲେଭେଣ୍ଡର ଚାରା ଗର୍ଭବତୀ ମହୀଳାମାନଙ୍କର ଉତ୍ତେଜନା ହ୍ରାସ କରିଥାଏ। ଠିକ୍‌ ସେହିପରି ଜସ୍ମିନ୍‌ ଗଛ ମଧ୍ୟ ନିଜ ବେଡ଼୍‍ରୁମ୍‌ରେ ରଖିଲେ ଭଲ ନିଦ ହେବ। ଏହା ଆପଣଙ୍କୁ ସକାରାତ୍ମକ ଶକ୍ତି ମଧ୍ୟ ଦେଇଥାଏ।

    ଏତଦ୍‌ବ୍ୟତୀତ ସ୍ନେକ୍‌ ଚାରା ମଧ୍ୟ ଥିଲେ ଭଲ ନିଦ ଆସିଥାଏ। କୁହାଯାଏ ଯେ,ଏହି ଗଛ ମସ୍ତିଷ୍କକୁ ତାଜା ରଖିବା ସହିତ ବ୍ୟକ୍ତିକୁ ସୁନିଦ୍ରା ମଧ୍ୟ ପ୍ରଦାନ କରିଥାଏ।ସବୁଠୁଁ ବଡ଼ କଥା ହେଲାଯେ,ଏହି ଚାରା ଗଛ ରାତିରେ ଅନ୍ୟ ଗଛମାନଙ୍କ ଭଳି ଅଙ୍ଗାରକାମ୍ଳ ନୁହେଁ ବରଂ ଅମ୍ଳଜାନ ଛାଡ଼ିଥା’ନ୍ତି ଓ ବ୍ୟକ୍ତିକୁ ଭଲ ନିଦ ଦେଇଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ