Thursday, March 12, 2026
28.7 C
Odisha

    ଋଣଭାରରେ ବୁଡୁଛି ଆମେରିକା

    ଆଗକୁ ପଢନ୍ତୁ

    ଋଣଭାରରେ ବୁଡିଥିବା ଆମେରିକା ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆୟ ତୁଳନାରେ ବ୍ୟୟ ଭାର କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ସରକାର ଖର୍ଚ୍ଚ ଉପରେ ଲଗାମ ଲଗାଇ ପାରୁନାହାନ୍ତି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ଗତ ନଭେମ୍ବରରେ ମୋଟ ୬୬୯ ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି। ଏହି ଅର୍ଥ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରଠାରୁ ମଧ୍ୟ ଅଧିକ। ଆରବିଆଇର ନୂଆ ତଥ୍ୟ ଅନୁଯାୟୀ ଭାରତର ମୁଦ୍ରା ଭଣ୍ଡାର ପ୍ରାୟ ୬୫୫ ବିଲିୟନ ଡଲାର ରହିଛି। ଏହି ଖର୍ଚ୍ଚ ବ୍ୟତୀତ ଆମେରିକାର ସରକାରଙ୍କ ଗତ ୬ ମାସର ହାରାହାରି ମାସିକିଆ ବ୍ୟୟ ୬୦୦ ବିଲିୟନ ଡଲାରରେ ପହଞ୍ଚି ଯାଇଛି। ଏହା ୨୦୨୦-୨୧ର ସର୍ବୋଚ୍ଚସ୍ତରର ନିକଟତର ହୋଇଛି। ସେତେବେଳେ କରୋନା ଯୋଗୁଁ ସରକାରଙ୍କ ବ୍ୟୟଭାର ବଢ଼ି ଚାଲିଥିଲା। ମାତ୍ର ଆୟ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଥିଲା। ଏବେ ବି ପୂର୍ବଭଳି ସ୍ଥିତି ସୃଷ୍ଟି ହୋଇଛି। ଗତ ନଭେମ୍ବରରେ ଏହା ୩୮୦ ବିଲିୟନ ଡଲାର ରହିଥିଲା। କ୍ରମାଗତ ୧୭ ମାସରେ ସରକାରଙ୍କ ବ୍ୟୟ ଆୟଠାରୁ ଅଧିକ ରହିଛି। ଏହି ସମୟ ମଧ୍ୟରେ ଆମେରିକାର ଋଣ ଭାର ୨୭ ଟ୍ରିଲିୟନ ଡଲାରରୁ ବଢ଼ି ୩୬.୨ ଟ୍ରିଲିୟନ ଡଲାରରେ ପହଞ୍ଚି ଯାଇଛି। ଆଗକୁ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି। ଆଗାମୀ ଦଶନ୍ଧିରୁ ସରକାରଙ୍କ ମୋଟ ରାଜସ୍ବର ପ୍ରାୟ ୨୫ ପ୍ରତିଶତ ଋଣ ପରିଶୋଧରେ ଯିବ ବୋଲି କୁହାଯାଉଛି। ଯଦି ମାନ୍ଦାବସ୍ଥା ସୃଷ୍ଟି ନ ହୁଏ ଏବଂ ସୁଧ ହାର ନ ବଢ଼େ ତେବେ ଏଭଳି ସ୍ଥିତି ରହିବ। କିନ୍ତୁ ମାନ୍ଦାବସ୍ଥା ଦେଖାଦେଲା ସ୍ଥିତି ଅଧିକରୁ ଅଧିକ ଖରାପ ହୋଇଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    15 %
    2.6kmh
    0 %
    Thu
    31 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ