Saturday, June 13, 2026
38.7 C
Odisha

    ଅଟୋ ଚାଳକଙ୍କୁ ବିଭତ୍ସ ହତ୍ୟା

    ଆଗକୁ ପଢନ୍ତୁ

    ଅଟୋ ଡ୍ରାଇଭରଙ୍କୁ ବିଭତ୍ସ ହତ୍ୟା । ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଫୁଲଜବା ଗାଁ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ । ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଟିକିରି ଥାନା ଫୁଲଜବା ନିକଟରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣ ପାଇଁ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ ଅଟୋ ଚାଳକ ହେଲେ ବଳରାମ ଖରା । ତାଙ୍କ ବୟସ ୩୫ ବର୍ଷ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଅଟୋ ଚାଳକ ବଳରାମ କୋରାପୁଟ ଲକ୍ଷ୍ମୀପୁରରୁ ନୂଆପଡା ଅଭିମୁଖେ ଆସିଥିଲେ । ତେବେ ଏହି ସମୟରେ ଭଡାକୁ ଯିବାକୁ କହି କେହି ଜଣ ହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ଆଗରୁ ପୁରୁଣା ଶତ୍ରୁତା ରହିଥିବା ନେଇ ଅନୁମାନ କରାଯାଉଥିଲେ ବର୍ତ୍ତମାନ ସୁଦ୍ଧା କୌଣସି ଠୋସ୍ ପ୍ରମାଣ ମିଳିପାରି ନାହିଁ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.7 ° C
    38.7 °
    38.7 °
    28 %
    2.4kmh
    74 %
    Sat
    39 °
    Sun
    41 °
    Mon
    41 °
    Tue
    42 °
    Wed
    42 °

    ସମ୍ବନ୍ଧିତ