Friday, October 18, 2024
25 C
Odisha

    ଋଷି ସୁନକ୍‌ ହରିବାର ୫ କାରଣ

    ଆଗକୁ ପଢନ୍ତୁ

    ଲଣ୍ଡନ: ବ୍ରିଟେନ୍‌ରେ ୧୪ ବର୍ଷ ଶାସନ କରିବା ପରେ ଋଷି ସୁନକ୍‌ଙ୍କର କଞ୍ଜରଭେଟିଭ୍‌ ପାର୍ଟି ନିର୍ବାଚନ ହାରିଛି । ସୁନକଙ୍କ ପାର୍ଟିକୁ ହରାଇ କିଏର ଷ୍ଟାର୍ମରଙ୍କ ନେତୃତ଼୍ବାଧୀନ ଲେବର ପାର୍ଟି ସାଧାରଣ ନିର୍ବାଚନ ଜିତିବା ସହ ସରକାର ଗଠନ କରିବାକୁ ଯାଉଛି। ଲେବର ପାର୍ଟି ୧୪ ବର୍ଷ ପରେ ପୁଣି କ୍ଷମତାକୁ ଫେରିବାକୁ ଯାଉଛି । କିଏର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଅନ୍ୟପଟେ ଭାରତୀୟ ବଂଶୋଦ୍ଭୋବ ନିଜ ଦଳର ପରାଜୟ ସ଼୍ବୀକାର କରିଛନ୍ତି ।
    ତେବେ ସୁନକଙ୍କ ଦଳ ହାରିବା ପଛରେ ୫ଟି ବଡ଼ କାରଣ ରହିଥିବା ଚର୍ଚ୍ଚା ହେଉଛି –
    ୧-ଅର୍ଥବ୍ୟବସ୍ଥା- ଗତକିଛି ବର୍ଷ ଧରି ବ୍ରିଟେନ୍‌ ଗୋଟିଏ ପରେ ଗୋଟିଏ ସଙ୍କଟର ସାମ୍ନା କରୁଛି । ଯାହାକି ସୁନକ ସରକାର ହାରିବାର ବଡ଼ କାରଣ । ଏହାର ସ୍ପଷ୍ଟ ଉଦାହରଣ ହେଉଛି ଅର୍ଥବ୍ୟବସ୍ଥା । ୨୦୨୩ ରେ ବ୍ରିଟେନ୍‌ର ଅର୍ଥବ୍ୟବସ୍ଥାରେ ମାତ୍ର ୦.୧ ପ୍ରତିଶତ ବୃଦ୍ଧି ହୋଇଥିଲା । ଚଳିତ ବର୍ଷ ଆରମ୍ଭରୁ ପୁଣି ଏଥିରେ ମାନ୍ଦା ଦେଖିବାକୁ ମିଳିଥିଲା ।

    ୨-ମହଙ୍ଗା ମାଡ଼- ଅର୍ଥ ବ୍ୟବସ୍ଥା ସହିତ ମହଙ୍ଗା ମଧ୍ୟ ବଡ଼ କାରଣ ପାଲଟିଥିଲା । ଅକ୍ଟୋବର ୨୦୨୨ରେ ମହଙ୍ଗା ୪୦ ବର୍ଷର ରେକର୍ଡ ଭାଙ୍ଗିଥିଲା । ବର୍ତ୍ତମାନ ଏଥିରେ ସୁଧାର ଆସିଥିବା ବେଳେ ଦେଶବାସୀ କିନ୍ତୁ ଭରସା କରିନାହାନ୍ତି ।

    ୩-ସାର୍ବଜନିକ ସେବା- ସାର୍ବଜନିକ ସେବା ବ୍ରିଟେନ୍‌ରେ ଚରମ ସ୍ଥିତିରେ ପହଞ୍ଚିଛି । ନ୍ୟାଶନାଲ ହେଲ୍ଥ ସର୍ଭିସ୍‌ର ଫଣ୍ଡିଂ ସଙ୍କଟରେ ରହିଛି । ସାଧାରଣ ଲୋକଙ୍କୁ ସହଜରେ ସ଼୍ବାସ୍ଥ୍ୟ ସେବା ମିଳିପାରୁନାହିଁ ।

    ୪-ଶରଣାର୍ଥୀ- ତୁର୍କୀ, ଇରାନ୍‌ ଏବଂ ଆଫଗାନିସ୍ତାନରୁ ଆସୁଥିବା ଶରଣାର୍ଥୀ ବ୍ରିଟେନ୍‌କୁ ଚାଲିଆସୁଛନ୍ତି । ଫଳରେ ଦଶର ଚିନ୍ତା ବଢ଼ିଛି ।

    ୫-ରାଜନୈତିକ ଅସ୍ଥିରତା- କିଛି ବର୍ଷ ଧରି ଏହି ଦଳ ମଧ୍ୟରେ ବିଭାଜନ ଦେଖିବାକୁ ମିଳୁଛି । ଯାହାକି ସରକାର ହାରିବାର ଅନ୍ୟଏକ ପ୍ରମୁଖ କାରଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ