Saturday, March 21, 2026
26.1 C
Odisha

    ଏଆଇର କମାଲ: ଶୋଇଥିବା ଅବସ୍ଥାରେ ହଜାରେ ଚାକିରି ଆବେଦନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଆଗମନ ପରଠାରୁ, ଇଣ୍ଟରନେଟ୍ ବ୍ୟବହାର କରୁଥିବା ପ୍ରାୟ ସମସ୍ତେ କୌଣସି ନା କୌଣସି ଉପାୟରେ ବିଷୟବସ୍ତୁ ସୃଷ୍ଟି ଓ ଲେଖାରେ ଏହାର ଦକ୍ଷତା ଦେଖିଛନ୍ତି। ଏଆଇ ଉପକରଣ  ଲୋକମାନଙ୍କୁ ଚାକିରି ଆବେଦନରେ ବି ସାହାଯ୍ୟ କରିଥାଏ। ତେବେ ଏଆଇ ବ୍ୟବହାରକୁ ପରବର୍ତ୍ତୀସ୍ତରକୁ ନେଇ ଜଣେ ବ୍ୟକ୍ତି ଶୋଇଥିବା ସମୟରେ ୧୦୦୦ ଚାକିରି ପାଇଁ ଆବେଦନ କରିପାରିଛନ୍ତି। ଏଥରୁ ତାଙ୍କୁ ଅବିଶ୍ୱସନୀୟ ଫଳାଫଳ ବି ମିଳିଥିଲା। ରେଡିଟ୍‌ରେ ବ୍ୟକ୍ତି ଜଣକ ନିଜର ଅନୁଭୂତି ବର୍ଣ୍ଣନା କରି କହିଛନ୍ତି ଯେ ଘରେ ତିଆରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବଟ୍ ବ୍ୟବହାର କରିବା ଦ୍ୱାରା ତାଙ୍କ ଚାକିରି ଖୋଜିବାରେ ବହୁତ ସହାୟକ ହୋଇଥିଲା।ଆକର୍ଷଣୀୟ କଥା ହେଉଛି, ଏଆଇ ବଟ୍ ତାଙ୍କୁ ବିଛଣାରେ ଆରାମରେ ଶୋଇଥିବା ସମୟରେ ବି କଠିନ କାର୍ଯ୍ୟକୁ ସହଜରେ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିଥିଲା।  ଏଆଇ ପ୍ରାର୍ଥୀଙ୍କ ସୂଚନାକୁ ବିଶ୍ଳେଷଣ କରିବା ସହ  ପ୍ରତ୍ୟେକ ଚାକିରି ପାଇଁ ସିଭି ଓ କଭର ଲେଟର ସୃଷ୍ଟି  କରିଥିଲା। ନିଯୁକ୍ତିଦାତାମାନେ ପଚାରିଥିବା ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେବା ସହ ଚାକିରି ପାଇଁ ସ୍ୱତଃସ୍ଫୂର୍ତ୍ତ ଭାବେ ମଧ୍ୟ ଆବେଦନ କରିଥିଲା। ସେ କହିଛନ୍ତି, ମାତ୍ର ଗୋଟିଏ ମାସ ମଧ୍ୟରେ, ଏହି ପଦ୍ଧତି ଯୋଗୁ ତାଙ୍କୁ ପାଖାପାଖି ୫୦ଟି ସଂସ୍ଥାରୁ ସାକ୍ଷାତ୍‌କାର ପାଇଁ ଚିଠି ଆସିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    39 %
    0.7kmh
    81 %
    Sat
    25 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ