Wednesday, October 14, 2026
26.2 C
Odisha

    ଲସ୍‌ଏଞ୍ଜେଲ୍‌ସ ବନାଗ୍ନି: ୧୦ ହଜାରରୁ ଅଧିକ ଘର ଜଳିଗଲା

    ଆଗକୁ ପଢନ୍ତୁ

    ୱାସିଂଟନ୍‌: ଲସ୍‌ଏଞ୍ଜେଲ୍ସ ବନାଗ୍ନି ପାଇଁ ପ୍ରଳୟଙ୍କରୀ ସ୍ଥିତି ଉପୁଜିଛି। ତିନି ଦିନ ପରେ ବି ଜଙ୍ଗଲ ନିଆଁ ଥମୁନି ଏବଂ ସହରର ଅନେକ ଅଂଚଳ ଛାରଖାର ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ହଜାରରୁ ଅଧିକ ଘର ଜଳି ଯାଇଛି।  ଆଲ୍‌ଟାଡେନା ଏବଂ ପାସାଡେନାରେ ୧୩,୬୯୦ ଏକର  ଅଂଚଳର  ଜଙ୍ଗଲ ଜଳିଯାଇଛି ଏବଂ ହଜାର ହଜାର ନିର୍ମାଣ ନଷ୍ଟ ହୋଇଯାଇଛି। ୧ ଲକ୍ଷ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଲସ୍‌ଏଞ୍ଜେଲ୍‌ସ ଓ ଭେଣ୍ଟୁରା କାଉଣ୍ଟି ସୀମା ନିକଟରେ ୯୬୦ ଏକର ଜଙ୍ଗଲ ଜଳି ଯାଇଛି।  ଅଗ୍ନି ନିର୍ବାପକ ଦଳ ନିଆଁକୁ ଆୟତ୍ତ କରିବାପାଇଁ ସବୁ ଚେଷ୍ଟା ଜାରି ରଖିଛନ୍ତି। ଦ୍ରୁତ ଗତିରେ ନିଆଁ ଲିଭାଇବାପାଇଁ ଚେଷ୍ଟା ଜାରି ରହିଥିଲେ ମଧ୍ୟ ପାଣିର ଚାପ କମ୍‌ ରହିବା ଯୋଗୁଁ   ଏହା ବାଧା ସୃଷ୍ଟି କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ