Friday, March 27, 2026
25.4 C
Odisha

    ଏକକ ନିର୍ବାଚନ ବିଲ୍‌: ସପକ୍ଷରେ ୨୬୯, ବିପକ୍ଷରେ ୧୯୮ ଖଣ୍ଡ ଭୋଟ୍

    ଆଗକୁ ପଢନ୍ତୁ

    ‘ଏକକ ନିର୍ବାଚନ’ ବିଧେୟକ ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି । କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏହାକୁ ଆଗତ କରିଛନ୍ତି। ଏହି ବିଲକୁ ‘୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ୨୦୨୪’ ନାଁରେ ନାମିତ କରାଯାଇଛି । ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌କୁ ନେଇ ବିତର୍କ ଆରମ୍ଭ ହୋଇଛି।

    ଏନଡିଏକୁ ସମର୍ଥନ କରୁଥିବା ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏହି ବିଧେୟକଙ୍କ ସମର୍ଥନ ଜଣାଇଛି । ସେହିପରି ଏକନାଥ ସିନ୍ଦେ (ଶିବସେନା) ଗୋଷ୍ଠୀଙ୍କ ପକ୍ଷରୁ ଏହି ବିଲକୁ ସମର୍ଥନ ଦିଆଯାଇଛି। YRC କଂଗ୍ରେସ ମଧ୍ୟ ଏକ ଦେଶ-ଏକ ନିର୍ବାଚନ ବିଲକୁ ସମର୍ଥନ କରିଥିବାବେଳେ ବିରୋଧୀ କଂଗ୍ରେସର ଜୋରଦାର ବିରୋଧ କରିଛି। ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ବିଲ୍‌କୁ ବିରୋଧ କରାଯାଇଛି। ସୂଚନା ଅନୁଯାୟୀ, ଏହି ବିଲକୁ ୩୨ଟି ଦଳ ସମର୍ଥନ କରିଥିବାବେଳେ ୧୫ଟି ଦଳ ବିଲକୁ ବିରୋଧ କରିଛନ୍ତି। ବିଲ୍‌କୁ ସଂସଦରେ ଗ୍ରହଣ କରିବାକୁ ଇ-ଭୋଟିଂ ବ୍ୟବସ୍ଥା କରାଯାଇଥିଲା। ଯେଉଁମାନେ ଇ-ଭୋଟିଂ ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟଥିଲେ ସେମାନକୁ ତାଙ୍କ ମତ ଦେବା ପାଇଁ ପୁଣି ଥରେ ସୁଯୋଗ ଦିଆଯାଇଥିଲା । ସେମାନେ କାଗଜରେ ଲେଖି ତଙ୍କ ମତ ଜଣାଇଥିଲ। ଶେଷରେ ଏହି ବିଲ ସପକ୍ଷରେ ୨୬୯ ଖଣ୍ଡ ଭୋଟ ପଡ଼ିଥିବାବେଳେ ୧୯୮ ଖଣ୍ଡ ଭୋଟ ବିପକ୍ଷରେ ପଡିଛି। ଏହି ଭୋଟିଂ ପ୍ରକ୍ରିୟା ପରେ ଅପରାହ୍ନ ୩ଟା ଯାଏ ଲୋକସଭା ଗୃହକାର୍ଯ୍ୟକୁ ମୁଲତବି କରିଛନ୍ତି ବାଚସ୍ପତି ଓମ୍‌ ବିର୍ଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    32 %
    1.4kmh
    0 %
    Thu
    26 °
    Fri
    39 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ