Monday, September 28, 2026
24.7 C
Odisha

    ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ “ପରବ୍”, ପ୍ରଚାର ପାଇଁ ବ୍ରହ୍ମପୁର ସହରରେ ଟିମ୍

    ଆଗକୁ ପଢନ୍ତୁ

    ଓଡିଶା ମାଟିର ବିଭିନ୍ନ ମୌଳିକ କାହାଣୀକୁ ନେଇ ଓଡ଼ିଆ ସିନେମା ନିର୍ମାଣ ହେବା ପରେ ଏବେ ପ୍ରେକ୍ଷାଳୟ ମୁହାଁ ହେଲେଣି ଦର୍ଶକ l ଦମନ ଚଳଚ୍ଚିତ୍ରର ଅପୂର୍ବ ସଫଳତା ସହିତ ଜାତୀୟ ପୁରସ୍କାର ପାଇବା ପରେ ଆହୁରି ପାଦେ ଆଗକୁ ଯିବାକୁ ପଛେଇ ନାହାଁନ୍ତି ପ୍ରଯୋଜକ ଦିପେନ୍ଦ୍ର ସାମଲ l ଜାତୀୟ ପୁରସ୍କାର ଲାଭ କରି ଓଡିଶା ଚଳଚ୍ଚିତ୍ର ଜଗତକୁ ଗୌରାବାନ୍ୱିତ କରିଥିବା ଯୁବ ପ୍ରଯୋଜକ ଦିପେନ୍ଦ୍ର ସାମଲଙ୍କର ଦ୍ଵିତୀୟ ଅବଦାନ “ପରବ୍” ଆସନ୍ତା ୨୦ ଡିସେମ୍ବରରେ ଓଡିଶା ତଥା ଓଡିଶା ବାହାରେ ତିନିଟି ଭାଷାରେ ମୁକ୍ତିଲାଭ କରିବ l ତେଣୁ ପରବ୍ ଟିମ୍ ରେଶମ ସହର ବ୍ରହ୍ମପୁରରେ ପହଞ୍ଚିଛି ବିଭିନ୍ନ କଲେଜ ମାନଙ୍କରେ ଜୋରସୋର ପ୍ରଚାର କରୁଛନ୍ତି l ଗଞ୍ଜାମ ଜିଲ୍ଲାର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ଦିଗପହଣ୍ଡି ବିଧାୟକ ତାସହିତ ଓଡିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଦୀପନ୍ୱିତ ଦାସ ମହାପାତ୍ର, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏବଂ ଟିମ୍ ବ୍ରହ୍ମପୁର ସହରରେ ପହଞ୍ଚି ପ୍ରଥମେ ନାଳନ୍ଦା ବୈଷୟିକ ମହାବିଦ୍ୟାଳୟରେ ପରବ୍ ର ପ୍ରଚାର କରିଥିଲେ l ଅଭିନେତା, ଅଭିନେତ୍ରୀ ପରବ୍ ର କାହାଣୀ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ମୁକ୍ତିଲାଭ ପରେ ଚଳଚ୍ଚିତ୍ର ଦେଖିବା ପାଇଁ କହିଥିଲେ l ପରବ୍ ଗୀତର ତାଳେ ତାଳେ ଅଭିନେତା, ଅଭିନେତ୍ରୀ ମାନଙ୍କ ସହିତ ମିଶି ସମସ୍ତ ଛାତ୍ରଛାତ୍ରୀ ନାଚିଥିଲେ l ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ଦାସ, କାଳୀ ଚରଣ ସାହୁ ପ୍ରମୁଖ ଚଳଚ୍ଚିତ୍ର ପରବ୍ ର ପ୍ରଚାର ପାଇଁ ସମସ୍ତ ସହଯୋଗ କରିଥିଲେ l ଅଭିନେତା, ଅଭିନେତ୍ରୀ ଙ୍କ ମୁହଁରୁ ସଂଳାପ ଶୁଣି ଏବଂ ଟ୍ରେଲର ଦେଖି ଉପସ୍ଥିତ ଦର୍ଶକ ଖୁବ୍ ପ୍ରଶଂସା କରିଥିଲେ l ଅଭିନେତା ସିଦ୍ଧାନ୍ତ ମହାପାତ୍ର ଗଞ୍ଜାମ ମାଟିରେ ତାଙ୍କ ଅଭିନୀତ ଚଳଚ୍ଚିତ୍ରର ପ୍ରମୋସନ କରିବା ପାଇଁ ବେଶ ଉତ୍ସାହିତ ଥିଲେ l
    ତେବେ ପରବ୍ ର କାହାଣୀ ଏପରି ଯାହା ଓଡିଶା ତଥା ଓଡିଶା ବାହାରେ ନିହାତି ସୁପରହିଟ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ମତ ଦେଇଛନ୍ତି l ଡିସେମ୍ବର ୨୦ ତାରିଖରେ ପରବ୍ ମୁକ୍ତିଲାଭ କରିବ ଏବଂ ସମସ୍ତ ସିନେପ୍ରେମୀ ଏହି ଚଳଚ୍ଚିତ୍ର ଦେଖିବା ଆବଶ୍ୟକ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ