Tuesday, March 10, 2026
21.3 C
Odisha

    ଏକ୍ସପ୍ରେସୱେରେ କାର୍, ବସ୍ ଏବଂ ଟ୍ରକ୍ ଧକ୍କା : ୩ ଯାତ୍ରୀ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ

    ଆଗକୁ ପଢନ୍ତୁ

    ଅହମ୍ମଦାବାଦ : ଗତକାଲି ଅହମ୍ମଦାବାଦରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସୱେରେ କାର୍, ବସ୍ ଏବଂ ଟ୍ରକ୍ ଧକ୍କା ହେବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି  ।ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ସୂଚନାନୁଯାୟୀ, ହାଇୱେରେ ଏକ ଟ୍ରାଭେଲ୍ସ ବସ୍ କାର ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ସମୟରେ ବସ୍ ଏବଂ କାର ଡ୍ରାଇଭର ରାସ୍ତାରେ ଠିଆ ହୋଇଥିଲେ । ସେହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍ ବସ୍ କୁ ଧକ୍କା ଦେଇଥିଲା । ପଛ ସିଟରେ ବସିଥିବା ତିନି ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସୂଚନା ପାଇଁ ଘଟଣାସ୍ଥଳରେ ୮ଟି ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।  ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.3 ° C
    21.3 °
    21.3 °
    90 %
    1.6kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ