Thursday, March 19, 2026
21 C
Odisha

    ଏକ୍ସରେ ବ୍ଲୁ ଟିକ୍ ପାଇଁ ଦେବାକୁ ପଡ଼ିବନି ପଇସା, ଫର୍ମୁଲା ବତାଇଲେ ଏଲନ୍‌ ମସ୍କ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଟ୍ବିଟର ଏଲନ୍‌ ମସ୍କଙ୍କ ହାତକୁ ଆସିବା ପରେ ସେ ଏଥିରେ ଏକାଧିକ ପରିବର୍ତ୍ତନ କରିଥିଲେ। ଏହାର ନାମ ପରିବର୍ତ୍ତନ କରି ଏକ୍ସ ରଖିବା ସହ ବ୍ଲୁ ଟିକ୍ ସବ୍ସକ୍ରିପ୍ସନ ପଲିସି ମଧ୍ୟ ଆଣିଥିଲେ। ମସ୍କଙ୍କର ଏଭଳି ପଦକ୍ଷେପରେ ଏକ୍ସର ରାଜସ୍ବ ହ୍ରାସ ପାଇଥିବା ସୂଚନା ମିଳିଛି। ତେଣୁ ପୁଣିଥରେ ଏହି ସୋସିଆଲ୍ ମଡିଆରେ ରାଜସ୍ବ ବୃଦ୍ଧି କରିବା ସହ ଅଧିକ ଗ୍ରାହକ ଯୋଡ଼ିବାକୁ ମସ୍କ ଫ୍ରିରେ ବ୍ଲୁ ଟିକ୍ ପାଇବାର ଏକ ନୂଆ ଫର୍ମୁଲା ନେଇ ଆସିଛନ୍ତି।
    ୟୁଜରମାନେ କେମିତି ମାଗଣାରେ ବ୍ଲୁ ଟିକ୍ ପାଇବେ ସେହି ଫର୍ମୁଲା ନିଜେ ବତାଇଛନ୍ତି ମସ୍କ। ଏକ୍ସରେ ବ୍ଲୁ ଟିକ୍ ପାଇବା ପାଇଁ ବର୍ତ୍ତମାନ ଦୁଇଟି ପ୍ଲାନ ରହିଛି। ଗୋଟିଏ ଏକ୍ସ ପ୍ରିମିୟମ ପ୍ଲାନ ଓ ଏକ୍ସ ପ୍ରିମିୟମ ପ୍ଲସ୍ ପ୍ଲାନ। ଏଥିପାଇଁ ଆପଣଙ୍କୁ ମାସକୁ ୬୫୦ରୁ ୧୩୦୦ ଟଙ୍କା ଦେବାକୁ ପଡ଼ୁଛି। ଯଦି ଆପଣ ମସ୍କଙ୍କ ଫର୍ମୁଲା ଅନୁସରଣ କରିବେ ତେବେ ଆପଣଙ୍କୁ ମାଗଣାରେ ବ୍ଲୁ ଟିକ୍ ମିଳିବ। ଏକ୍ସ ପ୍ରିମିୟମ ଫିଚର୍ସରେ ୫୦ ପ୍ରତିଶତ ଆଡ୍ ସହ ପୋଷ୍ଟ ଏଡିଟ୍, ବଡ଼ ସ୍କ୍ରିପ୍ଟ ପୋଷ୍ଟ ଓ ଭିଡିଓ ପୋଷ୍ଟ,ଓ ଅନ୍‌ଡୁ ପୋଷ୍ଟ କରିପାରିବେ। ସେହିପରି ପ୍ରିମିୟମ ପ୍ଲସ୍‌ରେ ଆଦୌ ବିଜ୍ଞାପନ ଦେଖିବାକୁ ମିଳିବନାହିଁ। ଏଥିସହିତ ଉପରୋକ୍ତ ସମସ୍ତ ସୁବିଧା ମିଳିବା ସହ କଷ୍ଟମାଇଜେସନ ସୁବିଧା ମିଳୁଛି। ନିକଟରେ ମସ୍କ ଏକ୍ସରେ ଏକ ପୋଷ୍ଟ କରି ଏହି ଫର୍ମୁଲା ବତାଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ଯେଉଁ ୟୁଜର୍ସ ୨୫୦୦ ଭେରିଫାଏଡ୍ ସବ୍ସକ୍ରାଇବର ଫଲୋ କରିଥିବେ ସେମାନଙ୍କୁ ପ୍ରିମିୟମ ଫିଚର୍ସ ସୁବିଧା ମିଳିବ। ୟୁଜର୍ସଙ୍କୁ ଏକାଧିକ ପ୍ରିମିୟମ ସୁବିଧା ମିଳିବା ସହ ମାଗଣା ବ୍ଲୁ ଟିକ୍ ମଧ୍ୟ ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    70 %
    1.6kmh
    100 %
    Thu
    33 °
    Fri
    33 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ