Friday, October 2, 2026
28.6 C
Odisha

    ଏଠାରେ ପଶୁ ଭଳି ପିଞ୍ଜରାରେ ରହିଥାନ୍ତି ଲୋକେ

    ଆଗକୁ ପଢନ୍ତୁ

    ଦୁନିଆରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠାରେ ଲୋକମାନେ ପଶୁ ଭଳି ଲୁହାର ପିଞ୍ଜରାରେ ବାସ କରିଥାନ୍ତି। ଏବେ ଆପାଣ ଏହି କଥା ଶୁଣିବା ପରେ ଚିନ୍ତା କରୁଥିବେ କି ସତରେ କଣ ଏପରି ହେଉଛି, ଯଦି ଏହା ସତ ତେବେ ଏପରି ଏହାର କାରଣ କଣ? ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଲୋକମାନେ ଏଭଳି ବାସ କରିବା ପାଇଁ କାହିଁକି ବାଧ୍ୟ ହୋଇ ଲୋକମାନେ ଲୁହାର ପିଞ୍ଜରାରେ ବାସ କରିଥାନ୍ତି, କିନ୍ତୁ ଏହା ମଧ୍ୟ ଲୋକମାନଙ୍କୁ ସହଜରେ ମିଳିନଥାଏ। ଏଥିପାଇଁ ଲୋକଙ୍କୁ ଟଙ୍କା ମଧ୍ୟ ଦେବାକୁ ପଡ଼ିଥାଏ। ସୂଚନା ମୁତାବକ ଗୋଟିଏ ପିଞ୍ଜରାର ମୂଲ୍ୟ ପାଖାପାଖି ୧୧ ହଜାର ଟଙ୍କା। ଏହି ପିଞ୍ଜରା ଭିତରେ ଗୋଟିଏ-ଗୋଟିଏ ଆପାର୍ଟମେଣ୍ଟରେ ୧୦୦-୧୦୦ ଲୋକ ରହିଥାନ୍ତି। ଗୋଟିଏ ଆପାର୍ଟମେଣ୍ଟରେ ପାଖାପାଖି ୨ଟି ଶୌଚାଗାର ରହିଛି, ଯେଉଁ କାରଣରୁ ଲୋକମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହି ପିଞ୍ଜରାରେ ଲୋକମାନେ ଶୋଇବା ପାଇଁ ଗଦି ବଦଳରେ ବାଉଶଁରେ ନିର୍ମିତ ପଟି ବ୍ୟବହାର କରିଥାନ୍ତି।
    ସୋସାଇଟି ଫର୍‌ କମ୍ୟୁନିଟୀ ଅଗ୍ରାନାଇଜେସନ ଅନୁଯାୟୀ, ହଂଗକଂଗରେ ଏହିଭଳି ଘରେ ପାଖାପାଖି ୧ଲକ୍ଷ ଲୋକ ବାସ କରିଥାନ୍ତି। ସୂଚନା ମୁତାବକ ଅଧିକ ମୂଲ୍ୟ ଦେି ଘର କିଣିପାରୁନଥିବା ଲୋକମାନେ ପ୍ରାୟତଃ ଏଭଳି ପିଞ୍ଜରାରେ ରହିବା ପାଇଁ ବାଧ୍ୟ ହୋଇଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ