Tuesday, September 29, 2026
23.1 C
Odisha

    ଏଣିକି ଅନ୍ ଲାଇନ ହେବ ଆଦିବାସୀ ଜମି ହସ୍ତାନ୍ତର ଓ ଦଖଲ ମାମଲା, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଣିକି ଅନ୍ ଲାଇନ ହେବ ଆଦିବାସୀ ଜମି ହସ୍ତାନ୍ତର ଓ ଦଖଲ ମାମଲା। ରାଜସ୍ୱ ସେବାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମୟୋଚିତ କରିବାକୁ ଏହି ପଦକ୍ଷେପ ନେଇ ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନ ୩ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ସେବାକୁ ଏଣିକି ଅନଲାଇନ୍ ଜରିଆରେ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।

    ବିଶେଷ କରି ଅନୁସୂଚିତ ଜନଜାତିଙ୍କ ଜମି ହସ୍ତାନ୍ତର, ବେଆଇନ ଜମି ହସ୍ତାନ୍ତର ଓ ଜମିରେ ଅନଧିକୃତ ଦଖଲ ସମ୍ପର୍କିତ ମାମଲା ଅନ୍ ଲାଇନରେ କରିବାକୁ ରହିଛି ନିର୍ଦ୍ଦେଶ। ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଓଡ଼ିଶା ଅଧିସୂଚିତ କ୍ଷେତ୍ର ସ୍ଥାବର ସମ୍ପତ୍ତି ହସ୍ତାନ୍ତର ନିୟମ,୧୯୫୬ର ଧାରା ୩ (ଏ) ଓ ଓଡ଼ିଶା ଭୂସଂସ୍କାର ପୁର୍ନଗଠନ ଆଇନ, ୧୯୬୦ର ଧାରା ୨୩ ଓ ଧାରା ୨୩ (ଏ) ଅଧୀନ ମାମଲାଗୁଡ଼ିକର ଅନଲାଇନ ପ୍ରକ୍ରିୟାକରଣ କରାଯିବ।

    ତେବେ ମାମଲାଗୁଡ଼ିକରେ ସିଧାସଳକ ନିଷ୍ପତ୍ତି ନେବା ପାଇଁ ସବ୍ କଲେକ୍ଟର ହେଉଛନ୍ତି କ୍ଷମତାପ୍ରାପ୍ତ ରାଜସ୍ୱ କର୍ତ୍ତୃପକ୍ଷ। ଅନୁସୂଚିତ ଅଞ୍ଚଳରେ ଅନୁସୂଚିତ ଜନଜାତିଙ୍କ ଭୂ-ସମ୍ପତ୍ତିର ହସ୍ତାନ୍ତର ଉପରେ ନିୟନ୍ତ୍ରଣ ରଖିବା ପାଇଁ ୧୯୫୬ର ନିୟମ ରହିଛି। ଏହି ନିୟମ ଅଧୀନ ମାମଲାରେ ଜମି ହସ୍ତାନ୍ତର ଆଇନସମ୍ମତ କି ନୁହେଁ, ତାହା ରାଜସ୍ୱ କର୍ତ୍ତୃପକ୍ଷ ଯାଞ୍ଚ କରନ୍ତି।

    ସେହିପରି ଓଡ଼ିଶା ଲ୍ୟାଣ୍ଡ ରିଫର୍ମସ୍ ଆକ୍ଟର ଧାରା ୨୩ ଅଧୀନ ଜମି ହସ୍ତାନ୍ତର ସମ୍ପର୍କିତ ମାମଲାରେ ଆଇନର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଉଲ୍ଲଂଘନ ହୋଇଛି କି ନାହିଁ, ତାହା ଯାଞ୍ଚ କରାଯାଏ। ଧାରା ୨୩-ଏ ଅଧୀନ ଜମିରେ ଅନଧିକୃତ ଦଖଲ ସମ୍ପର୍କିତ ମାମଲା ମଧ୍ୟ ଅନଲାଇନ୍ ହେବ। ଅଭିଯୋଗ ଆଧାରରେ କିମ୍ବା ଆଇନ ଅନୁଯାୟୀ ମାମଲା ଗ୍ରହଣ କରାଯିବା ପରେ ସମ୍ପୃକ୍ତ ପକ୍ଷଙ୍କୁ ଶୁଣାଣିର ସୁଯୋଗ ଦିଆଯିବ।

    ତଥ୍ୟ ଓ ପ୍ରମାଣ ଆଧାରରେ ଅନଧିକୃତ ଦଖଲ ପ୍ରମାଣିତ ହେଲେ, ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଏହି ୩ଟି ସେବା ସମ୍ପର୍କିତ ମାମଲା ଆଉ ଅଫଲାଇନ୍ ମାଧ୍ୟମରେ ପ୍ରକ୍ରିୟାକରଣ କରାଯିବ ନାହିଁ। ସମସ୍ତ ସବ୍ -କଲେକ୍ଟରଙ୍କୁ ନିର୍ଦ୍ଧାରିତ ଅନଲାଇନ୍ ବ୍ୟବସ୍ଥା ଅନୁଯାୟୀ ମାମଲାଗୁଡ଼ିକର ନିଷ୍ପତ୍ତି କରିବାକୁ କୁହାଯାଇଛି। ନାଗରିକମାନଙ୍କୁ ଅନଲାଇନ୍ ସେବା ସମ୍ପର୍କରେ ସଚେତନ କରିବା ଏବଂ ଏହାର ବ୍ୟାପକ ପ୍ରଚାର କରିବାକୁ ମଧ୍ୟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ