Friday, February 20, 2026
21.9 C
Odisha

    ଏଥର ମାଘ ମାସରେ ବାଘ ଭଳି ଶୀତ, ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ ଡ଼ିଗ୍ରୀ ଛୁଇଁଲା ପାରଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଥର ମାଘ ମାସରେ ବାଘ ଭଳି ଶୀତ । ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା। ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ ଡ଼ିଗ୍ରୀ ଛୁଇଁଲା ପାରଦ । ଜି.ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୨.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସେମିଳିଗୁଡାରେ ସର୍ବନିମ୍ନ ମାତ୍ର ୩.୨ ଡ଼ିଗ୍ରୀ ରହିଛି। ରାଜଧାନୀ ତାପମାତ୍ର ୯.୪ ଡିଗ୍ରୀ ରହିଛି । ୨୦୧୩ ପରଠାରୁ ରାଜଧାନୀର ସବୁଠୁରା ଥଣ୍ଡା ଜାନୁଆରୀ ମାସ ହୋଇଛି ।

    ଏହାସହ ୧୯୫୨ ପରଠାରୁ ଚଳିତ ଜାନୁଆରୀ ମାସରେ ରାଜଧାନୀରେ ତୃତୀୟ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ୧୯୯୨ର ୫ ଜାନୁଆରୀରେ ୮.୬, ୨୦୦୩ ଜାନୁଆରୀ ୧୭ ତାରିଖରେ ୯ ଡିଗ୍ରୀ, ୨୦୧୨ ଜାନୁଆରୀ ୧୫ରେ ୯.୩ ଡିଗ୍ରୀ ଏବଂ ୧୯୫୨ ଜାନୁଆରୀରେ ୯.୪ ଡିଗ୍ରୀ ରେକର୍ଡ କରାଯାଇଥିଲା ।

    ଆଜି ପୁଣି ସର୍ବନିମ୍ନ ତାପମାତ୍ରା ୯.୪ ରେକର୍ଡ ହୋଇଛି । ଭୁବନେଶ୍ୱର ସହ କଟକ ସହରର ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଆଜି ରାଜ୍ୟର ୨୪ଟି ସହରର ତାପମାତ୍ର ୧୦ଡିଗ୍ରୀତଳେ ରହିଛି । ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ୟରେ ଶୀତଲହରୀ ଜାରି ରହିବ । ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କହିଛନ୍ତି ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    29 %
    2.3kmh
    1 %
    Fri
    22 °
    Sat
    35 °
    Sun
    35 °
    Mon
    35 °
    Tue
    35 °

    ସମ୍ବନ୍ଧିତ