Monday, May 19, 2025
34.6 C
Odisha

    ଏଥର ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ପ୍ରତିଷ୍ଠା ଦିବସ ନେଇ ବଡ଼ ଘୋଷଣା କଲା ବିଜେପି । ଏଥର ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି । ଏନେଇ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

    ମନମୋହନ ସାମଲଙ୍କ କହିବା ଅନୁସାରେ, କାଲି ଶ୍ରୀରାମ ନବମୀ ଥିବାରୁ ଦୁଇ ଦିନ ପ୍ରତିଷ୍ଠା ଦିବସ ପାଳିବ ଦଳ । ପ୍ରତି କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ଦଳୀୟ ପତାକା ଲଗାଇବେ । ବୁଥ୍ ସ୍ତରରେ ୨ ଶହ ପ୍ରାଥମିକ ସଦସ୍ୟଙ୍କୁ ନେଇ ଟିଫିନ୍ ବୈଠକ ହେବ । ସଦସ୍ୟମାନେ ଘରୁ ବ୍ୟଞ୍ଜନ ଆଣି ବୈଠକରେ ଏକାଠି ବସି ଖାଇବେ । କାଲିଠୁ ଆମ୍ବେଦକର ଜୟନ୍ତୀ ଯାଏଁ ଜନସଂପର୍କ କାର୍ଯ୍ୟକ୍ରମ ହେବ । କାର୍ଯ୍ୟକର୍ତ୍ତାମାନେ ଘର ଘର ଯାଇ ଜନସଂପର୍କ କରିବେ ବୋଲି କହିଛନ୍ତି ମନମୋହନ ସାମଲ । ଆସନ୍ତାକାଲି ଭାରତୀୟ ଜନତା ପାର୍ଟି(ବିଜେପି)ର 46ତମ ସ୍ଥାପନା ଦିବସ । 45 ବର୍ଷ ପୂର୍ବେ ଆଜିର ସମୁଦ୍ର କୂଳରେ ବିଜେପିର ସ୍ଥାପନା କରାଇଯାଇଥିଲା । ପ୍ରଥମେ 1984 ମସିହାରେ ଦଳ ନିର୍ବାଚନ ଲଢିଥିଲା । 1989 ମସିହାରେ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ବରେ ଦଳ 86 ଆସନ ଜିତିବାରେ ସଫଳ ହୋଇଥିଲା । 2014 ନିର୍ବାଚନରେ 116ରୁ ମ୍ୟାଜିକ ନମ୍ବର 281 ହୋଇଥିଲା । ଏହାପରେ ମୋଦି ଯୁଗ ଅର୍ଥାତ୍ ଅବକି ବାର ମୋଦି ସରକାର ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    34.6 ° C
    34.6 °
    34.6 °
    43 %
    2.9kmh
    20 %
    Mon
    39 °
    Tue
    41 °
    Wed
    39 °
    Thu
    37 °
    Fri
    35 °

    ସମ୍ବନ୍ଧିତ