Saturday, January 17, 2026
20.7 C
Odisha

    ଏନକାଉଣ୍ଟରରେ ମାଓ ନେତା ପାପା ରାଓ ନିହତ

    ଆଗକୁ ପଢନ୍ତୁ

    ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି। ନିହତ ନକ୍ସଲଙ୍କ ମଧ୍ୟରେ ମାଓ ନେତା ପାପା ରାଓ ରହିଥିବା ଜଣାପଡିଛି। ତେବେ ପୁଲିସ ଏନେଇ କୌଣସି ସ୍ପଷ୍ଟ କରିନାହିଁ। ଯବାନ ଫେରିବା ପରେ ହିଁ ସ୍ପଷ୍ଟ ଜଣାପଡିବ ବୋଲି କହିଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲା ପୁଲିସ ଏବଂ ଦିଆରଜି ଯବାନ ଜାତୀୟ ଉଦ୍ୟାନରେ ଚଢ଼ାଉ କରିଥିଲେ। ଆଜି ସକାଳେ ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇ ଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.7 ° C
    20.7 °
    20.7 °
    24 %
    1.4kmh
    0 %
    Sat
    20 °
    Sun
    30 °
    Mon
    31 °
    Tue
    32 °
    Wed
    31 °

    ସମ୍ବନ୍ଧିତ