Friday, October 2, 2026
22.2 C
Odisha

    ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ ! ପାକିସ୍ତାନରେ ହେବ ବୈଠକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୯ ତାରିଖ ସୁଦ୍ଧା ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଟ୍ରମ୍ପ ବିଦେଶୀ ଯୁଦ୍ଧରେ ଆମେରିକୀୟ ସମ୍ପୃକ୍ତିକୁ ହ୍ରାସ କରିବାକୁ ଚାହୁଁଛନ୍ତି ଏବଂ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ସହିତ ଆଲୋଚନା ସକାରାତ୍ମକ ଭାବରେ ଆଗକୁ ବଢ଼ୁଛି। ଏବଂ ପ୍ରାୟ ୧୫ ଟି ପ୍ରସଙ୍ଗରେ ଚୁକ୍ତିନାମା ହୋଇଛି।

    ଟ୍ରମ୍ପ ଜୋର ଦେଇ କହିଛନ୍ତି ଯେ “ଇରାନ ଏଥର ପ୍ରକୃତରେ ଗମ୍ଭୀର।  ସେମାନେ ଶାନ୍ତି ଚାହାଁନ୍ତି। ଆମେ ସେମାନଙ୍କୁ ପାଞ୍ଚ ଦିନ ସମୟ ଦେବୁ।” ତୁର୍କୀ, ଇଜିପ୍ଟ ଏବଂ ପାକିସ୍ତାନର ପ୍ରତିନିଧିମାନେ ହ୍ୱାଇଟ୍ ହାଉସର ଦୂତ ଷ୍ଟିଭ୍ ୱିଟକଫଙ୍କ ସହିତ ସାକ୍ଷାତ କରିଥିଲେ।ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ପାକିସ୍ତାନ ଏହି ସଙ୍କଟରେ ଏକ ପ୍ରମୁଖ ମଧ୍ୟସ୍ଥତା କରୁଛି। ତୁର୍କୀ ଏବଂ ଇଜିପ୍ଟ ମଧ୍ୟ ବାର୍ତ୍ତାବାହକର ଭୂମିକା ଗ୍ରହଣ କରୁଛନ୍ତି। ଯଦିଓ ଇରାନ ପ୍ରଥମେ ଆଲୋଚନାକୁ ମନା କରିଥିଲା, ପରେ ଏହା ସ୍ୱୀକାର କରିଛି ଯେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ