Monday, December 15, 2025
16.4 C
Odisha

    ଏଫ୍‍ଆଇଭିବି ଫାଉଣ୍ଡେସନ୍‍ ସଦସ୍ୟ ହେଲେ ଡ଼ ଅଚ୍ୟୁତ ସାମନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ ସଂଘ (ଏଫଆଇଭିବି) ଫାଉଣ୍ଡେସନ୍‍ର ସଦସ୍ୟ ଘୋଷଣା କରାଯାଇଛି ।  ଏଫ୍‍ଆଇଭିବି ସଭାପତି ଫାବିଓ ଆଜେଭେଦୋ ରବିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହା ଘୋଷଣା କରିଛନ୍ତି ।  ବିଶ୍ୱର ସର୍ବବୃହତ ଭଲିବଲ୍‍ ସଂଘ ହେଉଛି ଅନ୍ତର୍ଜାତୀୟ ଭଲିବଲ ସଂଘ  । ଏଥିରେ ୨୨୨ ଦେଶ ସଦସ୍ୟ ରହିଛନ୍ତି  ।  କ୍ରୀଡ଼ା ବିଶେଷ କରି ଭଲିବଲ୍‍କୁ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ବିଗତ ୮ ବର୍ଷ ଧରି ଶ୍ରୀ ସାମନ୍ତ ଏଫ୍‍ଆଇଭିବି ସହ କିଟ୍‍, କିସ୍‍ ଓ ଶ୍ରୀ ସାମନ୍ତଙ୍କ ବ୍ୟକ୍ତିଗତ ସୁସମ୍ପର୍କ ରହିଆସିଛି  ।  ଏଫ୍‍ଆଇଭିବି ଫାଉଣ୍ଡେସନ୍‍ ସଦସ୍ୟ ହେବା ପରେ ଶ୍ରୀ ସାମନ୍ତ ସମଗ୍ର ବିଶ୍ୱରେ ଭଲିବଲ୍‍ର ପ୍ରସାର ସହ ସାମାଜିକ ଦାୟିତ୍ୱବୋଧ ଉପରେ କାର୍ଯ୍ୟ କରିବେ  ।

    ଅଚ୍ୟୁତ ସାମନ୍ତ ପ୍ରଥମ ଭାରତୀୟ ଭାବେ ଏଫ୍‍ଆଇଭିବି ଫାଉଣ୍ଡେସନ୍‍ର ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି  ।  ଏଥିରେ ସନ୍ତୋଷ ବ୍ୟକ୍ତ କରି ଶ୍ରୀ ସାମନ୍ତ ଏଫ୍‍ଆଇଭିବିକୁ ନିଜର କୃତଜ୍ଞତା ଜଣାଇବା ସହ ଫାବିଓଙ୍କୁ ଧନ୍ୟବାଦ ଦେଇଛନ୍ତି  ।  ସୂଚନାଯୋଗ୍ୟ, ଏହା ପୂର୍ବରୁ ଭାରତରେ ଭଲିବଲ୍‍ର ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଫ୍‍ଆଇଭିବି ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ଗତବର୍ଷ ଭଲିବଲ୍‍ର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କ୍ରସ୍‍ ସମ୍ମାନ ପର୍ତ୍ତୁଗାଲ୍‍ଠାରେ ପ୍ରଦାନ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.4 ° C
    16.4 °
    16.4 °
    53 %
    1.5kmh
    0 %
    Mon
    16 °
    Tue
    28 °
    Wed
    28 °
    Thu
    27 °
    Fri
    26 °

    ସମ୍ବନ୍ଧିତ