Friday, March 27, 2026
29.9 C
Odisha

    ଏବେ ବିଶ୍ୱବିଦ୍ୟାଳୟର ଉତ୍ତୀର୍ଣ୍ଣ ପିଲାଙ୍କୁ ରାଜ୍ୟ ସରକାର ଦେବେ ଚାକିରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦୂର ହେବ ବେକାରୀ ସମସ୍ୟା। ଏଣିକି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ନିଯୁକ୍ତି ସୁଯୋଗ। ରାଜ୍ୟ ସରକାର ଏ ନେଇ ବଡ଼ ପଦକ୍ଷେପ ଗ୍ରହଣ କରଛନ୍ତି।
    ଗତକାଲି ଉଚ୍ଚଶିକ୍ଷା ବିଭାଗ ବହୁ କମ୍ପାନୀ ସହ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଏହି କମ୍ପାନୀ ଗୁଡ଼ିକ ହେଲେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ, କୋଲକାତାର ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ, ମୁମ୍ବାଇର ବିଏଫଏସଆଇ ସେକ୍ଟର ସ୍କିଲ୍ କାଉନସିଲ ଅଫ୍ ଇଣ୍ଡିଆ ଓ ବଜାଜ୍ ଫିନସର୍ଭ।

    ବିଓପିଟି ସହଯୋଗରେ ଓଡ଼ିଶାର ୮୭ଟି ଶିକ୍ଷାନୁଷ୍ଠାନରେ ଆଏଇଡିପି ପ୍ରଚଳନ କରାଯିବ। ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପର ସୁଯୋଗ ଦିଆଯିବ। ବିଏଫଏସଆଇର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କିଙ୍ଗ, ଫାଇନାନ୍ସ ଓ ଇନସ୍ୟୁରାନ୍ସ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରାଯିବ। ଏହି ଶିକ୍ଷାକୁ ସଂପୂର୍ଣ୍ଣ ଭାବେ ଦେୟମୁକ୍ତ କରାଯିବ। ଏହାର ପ୍ରକୃଷ୍ଟ କ୍ରେଡିଟାଇଜେସନ ମଧ୍ୟ କରାଯିବ। ଏହା ଦ୍ୱାରା ଶିକ୍ଷାର୍ଥୀଙ୍କ ଦକ୍ଷତା ବିକାଶ ସହ ଭବିଷ୍ୟତରେ ସେମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇବେ। ବଜାଜ୍ ଫିନସର୍ଭ ୫ ହଜାର ପିଲାଙ୍କୁ ନିଯୁକ୍ତି ପ୍ରଦାନ କରିବ। ଏମଓତୁ ସ୍ୱାକ୍ଷର ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    36 %
    3.8kmh
    87 %
    Fri
    29 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ