Friday, October 18, 2024
30.6 C
Odisha

    ଏମିତି ବି ଆସେ ମୃତ୍ୟୁ ଖେଳପଡ଼ିଆରେ ଟଳିପଡ଼ିଲେ କବାଡି ଖେଳାଳି

    ଆଗକୁ ପଢନ୍ତୁ

    କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ତରବୋଡ଼ ଖେଳପଡ଼ିଆରେ ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ଆନ୍ତଃରାଜ୍ୟ କବାଡ଼ି ଟୁର୍ଣ୍ଣାମେଣ୍ଟରେ ଏକ ଅଘଟଣ ଘଟିଛି । ଖେଳୁଥିବା ସମୟରେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଭଳି ଖବର ସମସ୍ତଙ୍କୁ ମର୍ମାହତ କରିଛି । ସୂଚନାନୁଯାୟୀ, କବାଡ଼ି ଖେଳ ସରିବାକୁ ଅଢ଼େଇ ମିନିଟ୍ ସମୟ ଥିଲା । କେଇଟା ମୁହୁର୍ତ୍ତ ପରେ ଦଳ ପକ୍ଷରୁ ବିଜୟୀ ହୋଇ ପୁରସ୍କୃତ ହୋଇଥାନ୍ତେ । ହେଲେ ତା\’ ପୂର୍ବରୁ କବାଡ଼ି ଖେଳ ଚାଲିଥିବା ବେଳେ ପଡ଼ିଆରେ ଟଳି ପଡ଼ିଲେ ଜଣେ ଖେଳାଳି । ମୃତ ଖେଳାଳି ହେଉଛନ୍ତି ଛତିଶଗଡ଼ର ଖଗେଶ୍ୱର ରାଠିଆ । ପ୍ରତିବର୍ଷ ପରି ଚଳିତବର୍ଷ କମିଟି ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟର ୨୧ଟି ଟିମ୍ ଭାଗ ନେଇଥିଲେ । ଆଜି ଫାଇନଲ୍ ମ୍ୟାଚ୍ ଖେଳା ଯାଉଥିଲା । ସକାଳେ ନିର୍ଦ୍ଧାରିତ ସମୟରେ ଖେଳ ଆରମ୍ଭ ହୋଇଥିଲା । ମୁହାଁମୁହିଁ ହୋଇଥିଲେ ନୂଆପଡ଼ାର ହାତୀସରା ଟିମ୍ ଓ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲି ଡୁଡୁମଚୁଆ ଗାଁର ଟିମ୍ । ପ୍ରଥମ ହାପ୍‌ରୁ ଡୁଡୁମଚୁଆ ଟିମ୍ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା । ପ୍ରତିପକ୍ଷ ଟିମ୍‌କୁ ଚକମା ଦେଇ ପଏଣ୍ଟ ହାସଲ କରୁଥିଲେ । ପ୍ରଥମ ପରି ଦ୍ୱିତୀୟ ହାପ୍‌ରେ ମଧ୍ୟ ଡୁଡୁମଚୁଆ ଟିମ୍ ଭଲ ଖେଳ ପ୍ରଦର୍ଶିତ କରି ପଏଣ୍ଟ ହାତେଇ ଥିଲା । ଟିମ୍ ବିଜୟ ଦ୍ୱାରରେ ପହଞ୍ଚିଥିଲା । ଖେଳ ସରିବାକୁ ଆଉ ଅଢ଼େଇ ମିନିଟ୍ ବାକିଥିଲା । ଶେଷ ପର୍ଯ୍ୟାୟରେ ଡୁଡୁମଚୁଆ ଟିମ୍‌ର ଧୂରନ୍ଦର ଖେଳାଳୀ ୨୬ ବର୍ଷୀୟ ଖଗେଶ୍ୱର ରାଠିଆ ରେଡ୍ କରିବାକୁ ଯାଇଥିଲେ । ହେଲେ ପ୍ରତିପକ୍ଷ ଟିମ୍‌ର ଡିଫେଣ୍ଡରମାନେ ତାଙ୍କୁ ଧରି ପକାଇଥିଲେ । ଯେଉଁଥିପାଇଁ ଖଗେଶ୍ୱର ରାଗି ଯାଇଥିଲେ । ରାଗ ତମ୍‌ତମ ହୋଇ ଖଗେଶ୍ୱର ନିଜ ପାଶ୍ୱର୍କୁ ଫେରୁଥିବା ବେଳେ ତଳେ ପଡ଼ି ଯାଇ ଆଉ ଉଠି ପାରି ନ ଥିଲେ । ସାଥୀ ଖେଳାଳୀ ଓ ଆୟୋଜକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ତରବୋଡ୍ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରକାଶ ପାଇବା ପରେ ଶୋକର ଛାୟା ଖେଳି ଯାଇଛି । ମୃତ କବାଡ଼ି ଖେଳାଳୀଙ୍କ ଘର ଛତିଶଗଡ଼ ଡୁଡୁମଚୁଆ ଗାଁରେ । ପୁଲିସ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିବାବେଳେ ଅପରାହ୍ଣରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପରିବାର ଲୋକ ଖଗେଶ୍ୱରଙ୍କ ମୃତଦେହକୁ ଧରି ଗାଁକୁ ଫେରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ