Sunday, March 29, 2026
31.5 C
Odisha

    ଏମିତି ବ୍ୟବହାର କରନ୍ତୁ ଆଳୁ, ଆଉ ଦରକାର ପଡ଼ିବନି ସାବୁନ୍‌

    ଆଗକୁ ପଢନ୍ତୁ

    ସମସ୍ତଙ୍କ ଘରେ ବ୍ୟବହାର ହେଉଥିବା ଏକ ସାଧାରଣ ପରିବା ହେଉଛି ଆଳୁ। ସବୁ ତରକାରୀ, ଭଜାରେ ଆଳୁ ବ୍ୟବହୃତ ହୋଇଥାଏ। ଆଳୁରେ ଅଧିକ ପରିମାଣରେ ଷ୍ଟାଚ୍‌ ରହିଥାଏ। ଏଥିସହ ଭିଟାମିନ୍‌ ସି, ଭିଟାମିନ୍‌ ବି କମ୍ପ୍ଲେକ୍ସ, ଲୌହ, କ୍ୟାଲସିୟମ୍‌, ମାଙ୍ଗାନିଜ୍‌ ଏବଂ ଫସଫରସ୍‌ ବହୁଳ ମାତ୍ରାରେ ରହିଥାଏ।

    ତ୍ୱଚାର ଦାଗ ଦୂର କରିବାରେ ମଧ୍ୟ ଆଳୁ ସାହାଯ୍ୟ କରେ। ଆଖିତଳ କଳା ପଡ଼ୁଥିଲେ ଆଳୁ ଘଷିବା ଦ୍ୱାରା କଳାପଣ ଦୂର ହୋଇଥାଏ।ତେବେ ସାବୁନ୍‌ର କାମ ମଧ୍ୟ ଆଳୁ କରିଥାଏ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଆଳୁକୁ ଠିକ୍‌ ଭାବେ ଉପଯୋଗ କରିପାରିଲେ ଆପଣଙ୍କୁ ଆଉ ସାବୁନ୍‌ ବ୍ୟବହାର କରିବାକୁ ପଡ଼ିବନାହିଁ।

    ଏଥିପାଇଁ ପ୍ରଥମେ ଆଳୁକୁ ଗୋଲ ଗୋଲ୍‌ କରି କାଟିଦିଅନ୍ତୁ। ଏଥିରେ କିଛି ଲେମ୍ବୁରସ କିମ୍ବା କାକୁଡ଼ି ରସ ମିଶାନ୍ତୁ। ଏବେ ମୁହଁକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦେଇ ଏହି ଆଳୁକୁ ମୁହଁରେ ଧୀରେ ଧୀରେ ଘଷନ୍ତୁ। ତ୍ୱଚାର କଳାପଣ ସହ ଦାଗ ଦୂର କରିବାରେ ଏହା ସହାୟକ ହୋଇଥାଏ।

    ସେହିପରି ସନ୍‌ବର୍ଣ୍ଣ ସମସ୍ୟାର ସମାଧାନ ପାଇଁ ମଧ୍ୟ ଆପଣ ଆଳୁ ବ୍ୟବହାର କରିପାରିବେ। ଆଳୁକୁ ଛୋଟ ଛୋଟ କରି କାଟି ଫ୍ରିଜ୍‌ରେ ରଖିଦିଅନ୍ତୁ। ଘଣ୍ଟାଏ ପରେ ସେହି ଆଳୁକୁ ସନ୍‌ବର୍ଣ୍ଣ ସ୍ଥାନରେ ଲଗାନ୍ତୁ। ବହୁତ ଜଲଦି ସନ୍‌ବର୍ଣ୍ଣ ଦୂର ହେବ।

    ତ୍ୱଚାକୁ ପରିଷ୍କାର, ସତେଜ ଓ କୋମଳ ରଖିବାରେ ଆଳୁ ସାହାଯ୍ୟ କରେ। ସେହିପରି ଚେହେରାରେ ବହୁପୁରୁଣା ଦାଗ ଥିଲେ ଆଳୁ ପେଷ୍ଟରେ ମୁଲତାନୀ ମାଟି ମିଶାଇ ଲଗାନ୍ତୁ। ଖୁବ୍‌ଶୀଘ୍ର ଦାଗମୁକ୍ତ ଚେହେରା ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ