Friday, October 9, 2026
22 C
Odisha

    ଏସବୁ ପତ୍ରକୁ ଖାଲି ପେଟରେ ଖାଇଲେ ଯିବାକୁ ପଡ଼ିବନି ମେଡିକାଲ: ସୁସ୍ଥ ରହିବ ହାର୍ଟ

    ଆଗକୁ ପଢନ୍ତୁ

    ଏମିତି ବି କିଛି ଗୁଣକାରୀ ପତ୍ର ରହିଛି; ଯାହାକୁ ଖାଲିପେଟରେ ଚୋବେଇ ଖାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ଯେମିତିକି,
    ଖାଲିପେଟରେ କିଛି ନିମପତ୍ରକୁ ଚୋବେଇ ଖାଇଲେ ଏହା କୃମି ସମସ୍ୟା ଦୂର କରିବା ସହ ଚର୍ମଜନିତ ରୋଗକୁ କିଛିକାଂଶରେ ମୁକ୍ତି ଦେଇଥାଏ।

    ଖାଲିପେଟରେ ତୁଳସୀ ପତ୍ର ଖାଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

    ପୁଦିନା ପତ୍ରରୁ କିଛି ଖାଲିପେଟରେ ଖାଇଲେ ପାଚନକ୍ରିୟା ସକ୍ରିୟ ହୋଇଥାଏ।

    ଭୁର୍ସଙ୍ଗ ପତ୍ରକୁ ଖାଲିପେଟରେ ଚୋବେଇ ଖାଇଲେ ହାର୍ଟ ଭଲ ରହିଥାଏ ବୋଲି ବିଶ୍ୱାସ କରାଯାଏ।

    ଜୁଆଣି ପତ୍ରକୁ ବି ଖାଲିପେଟରେ ଚୋବେଇ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ। ମୁଖ୍ୟତଃ ପେଟ ଜନିତ ସମସ୍ୟାରୁ ଏହା ମୁକ୍ତି ଦିଏ।

    ଜାମୁକୋଳି ପତ୍ରକୁ ଖାଲିପେଟରେ ଚୋବେଇ ଖାଇଲେ ସୁଗାର୍‌ ନିୟନ୍ତ୍ରଣରେ ରହିଥାଏ।

    ଖାଲିପେଟରେ ପାନ ଖାଇଲେ ମୁଖ ଦୁର୍ଗନ୍ଧ ଦୂର ହେବା ସହ ପାଚନ କ୍ରିୟା ଠିକ୍‌ ହୋଇଥାଏ।

    ସେହିପରି ଖାଲିପେଟରେ ଧନିଆ ପତ୍ରରୁ କିଛି ଚୋବେଇ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିବା ସହ ଭୋକ ହୋଇଥାଏ। ତା’ଛଡ଼ା ବିଭିନ୍ନ ପ୍ରକାରର ସ୍କିନ୍‌ ଇନ୍‌ଫେକ୍ସନରୁ ବି ଏହା ରକ୍ଷା କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    90 %
    1.3kmh
    2 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ